ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍

ବରଗଡ଼ ୦୫/୦୬: ବାହାନଗା ଟ୍ରେନ୍ ଟ୍ରାଜେଡି ମନରୁ ନ ଲିଭୁଣୁ ଓଡ଼ିଶା ପୁଣି ଗୋଟିଏ ଟ୍ରେନ୍ ଦୁର୍ଘଟଣା ଗସ୍ତ ହୋଇଛି। ବରଗଡ଼ରେ ଏକ ଚୂନପଥର ବୋଝେଇ ମାଲବାହୀ ଟ୍ରେନ ଦୁର୍ଘଟଣା ଘଟିଛି। ଡଙ୍ଗୁରି ଚୁନପଥର ଖଣିରୁ ବରଗଡ଼ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ହୁଇଲ ଛିଣ୍ଡି ଯିବା ଯୋଗୁଁ ୫ଟି ବଗି ଓଲଟି ଲାଇନ୍‌ଚ୍ୟୁତ୍ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି।

ସୂଚନା ମୁତାବକ, ବରଗଡ଼ର ଏକ ସିମେଣ୍ଟ କାରଖାନାକୁ ଚୂନ ପଥର ନେଇ ଯାଉଥିବା ମାଲବାହୀ ଟ୍ରେନ୍ ଯାଉଥିବା ବେଳେ ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନଚ୍ୟୁତ୍‌ ହୋଇଛି। ଜଙ୍ଗଲ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା କେହି ମୃତହତ ନେଇ ସୂଚନା ମିଳିପାରିନାହିଁ।

{"id":582996,"sizeSlug":"large","linkDestination":"none"}
wp:embed {"url":"https://www.prameya.com/bhanaga-train-tragedy-after-saba-ku-nae-sanghatika-khela-at-baleswar/","type":"wp-embed","providerNameSlug":"prameya"}
https://www.prameya.com/bhanaga-train-tragedy-after-saba-ku-nae-sanghatika-khela-at-baleswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.