ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ

ଭୁବନେଶ୍ଵର, ୦୬/୦୨ : ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼। ହୋଟେଲ୍ରେ ଖାଇବା ବେଳେ ବଚସାକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ରବିବାର ବିଳମ୍ଵିତ ରାତିରେ ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲରେ ଖାଇବା ବେଳେ ବଚସା ହୋଇଥିଲା। ଏହାପରେ ୨ ଜଣ ଆସି ବୋମାମାଡ଼ କରିଥିଲେ। ଏହାର କିଛି ସମୟ ପରେ ପୁନର୍ବାର ଆସି ବୋମାମାଡ଼ କରିଥିଲେ। ତେବେ ବୋମାମାଡ଼ରେ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ସହ ଜଣଙ୍କୁ ଅଟକ ରଖିଛି ପୋଲିସ।