PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ଘରର ସାମ୍ନାରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୮ଟି ଜିନିଷ

କେବଳ ଘର ଭିତରେ ଥିବା ଜିନିଷ ନୁହେଁ, ଘରର ଆଗରେ ବା ଆଖପାଖରେ କୈାଣସି ଜିନିଷ ରଖିଲେ ତାହା ବାସ୍ତୁ ଅନୁଯାୟୀ କୁ ପ୍ରଭାବ ପଡ଼ିଥାଏ। ଏହା ସହିତ ଘରେ ରହୁଥିବା ବ୍ୟକ୍ତିଙ୍କ ଶାରିରୀକ, ମାନସିକ ଓ ଆର୍ଥିକ କ୍ଷତି ପହଞ୍ଚାଇଥାଏ। ଏଥିପାଇଁ ଜାଣି ରଖନ୍ତୁ ଘରର ସାମ୍ନାରେ କେଉଁ ଜିନିଷ ରଖିବେ ନାହିଁ।
୧. ଘର ଆଗରେ ପଇଳା ପାଣି ଜମା ହୋଇ ରହିଲେ ଏହା ବୋସ୍ତୁ ଦୋଷ ସୃଷ୍ଟି କରେ। ଯଦି ପଶ୍ଚିମ ଦିଗରେ ଥାଏ ତେବେ ଧନର ସମସ୍ୟା ଦେଖାଯାଏ । ଗୃହର ମୁଖିଆଁଙ୍କ ନାଁ ମଧ୍ୟ ଖରାପ ହେବାର ଦେଖାଯାଏ।
୨. ଘର ଆଗରେ ପଥର ଗଦା ଜମା ହେବା ଭଲ ନୁହେଁ। ଘରର ସଦସ୍ୟଙ୍କ ଉନ୍ନତିରେ ବାଧା ଆଣେ।
୩. ଘର ଆଗରେ ଯଦି କଣ୍ଟା ଜାତୀୟ ଗଛ ଅଛି ତେବେ ତାହାକୁ କାଢ଼ି ଦିଅନ୍ତୁ। ନହେଲେ ବିରୋଧୀଙ୍କ ସଂଖ୍ୟା ବଢ଼ିପାରେ। ଏହା ସହିତ ପାରିବାରିକ ଜୀବନରେ ମତ ଭେଦ ମଧ୍ୟ ସୃଷ୍ଟି କରିବ। ଘରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ।
୪. ଘର ଆଗରେ କ୍ଷୀର ଜାତୀୟ ଗଛ ତଥା ଅମୃତଭଣ୍ଡା ଗଛ ରଖନ୍ତୁ ନାହିଁ।
୫. ଘର ଆଗରେ ଅଳିଆ ଡ଼ବା ରଖନ୍ତୁ ନାହିଁ।
୬. ଘର ଆଗରେ ବିଜୁଳି ଖୁଣ୍ଟ ରଖନ୍ତୁ ନାହିଁ କି ବନାନ୍ତୁ ନାହିଁ। ଉନ୍ନତିରେ ବାଧା ଆସିବ।
୭. ଘରର ଛାତ ଉପରେ ଲଟା ମାଟିବା ଭଲ ନୁହେଁ, ଏହା ଦ୍ବାରା ବିରୋଧୀ ତଥା ଶତୃ ବୃଦ୍ଧି ହୁଏ
୮. ଘର ଆଗରେ ଓସାରିଆ ରାସ୍ତା ତିଆରି କରନ୍ତୁ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ।