PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଘରର କେଉଁ ଦିଗରୁ ଶୁଭ ଓ ଅଶୁଭ ଫଳ ମିଳେ ଆସନ୍ତୁ ଜାଣିବା

ଭୁବନେଶ୍ବର,୩୧/୧: ଘରର ପ୍ରତ୍ୟେକ ସାମଗ୍ରୀକୁ ସଠିକ ସ୍ଥାନରେ ରଖିବା ପୂର୍ବରୁ କେଉଁ ସ୍ଥାନ ଶୁଭ ଏବଂ କେଉଁ ସ୍ଥାନ ଅଶୁଭ ତାହା ଜାଣିବା ନିହାତି ଦରକାର। ଅଶୁଭ ସ୍ଥାନରେ ଯେକୋୖଣସି ସାମଗ୍ରୀ ରଖିଲେ ତାହା ଘର ପାଇଁ ବିପଦ ଅର୍ଥାତ ନକରାତ୍ମକ ଶକ୍ତି ଆଣିଥାଏ। ବାସ୍ତୁ ଅନୁସାରେ କିଛି ନିୟମ ରହିଛି, ଯାହାକୁ ପାଳନ କରିବା ଦ୍ବାରା ଘରର ପବିତ୍ରତା ବଜାୟ ରହେ। ଏମିତି କିଛି ନିୟମ ଅଛି ଯାହ ଆମ ସମସ୍ତଙ୍କୁ ଜାଣି ରଖିବା ଉଚିତ।

୧. ଘରର ମୁଖ୍ୟ ଦ୍ବାର ପୂର୍ବ କିମ୍ବା ଉତ୍ତର ଦିଗରେ ରହିଲେ ଭଲ। ଯଦି ଏମିତି ନ ଥାଏ ତେବେ ଘର ସମ୍ମୁଖରେ ଏକ ସ୍ବସ୍ତିକ କିମ୍ବା ଶ୍ରୀ ଗଣେଶଙ୍କ ଫଟୋ ଚିହ୍ନ ଲଗାନ୍ତୁ।

୨. ଘରର ମୁଖ୍ୟ ଦ୍ବାରରେ ତୁଳସୀ ଗଛ ଲଗାଇବା ଉଚିତ। ସକାଳୁ ସକାଳୁ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରିବା ଭଲ। ସନ୍ଧ୍ୟାରେ ଗଛ ମୂଳରେ ଦୀପ ଜଳାଇବା ଭଲ। ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ଗଛ ଲଗାଇଲେ ଘରକୁ ସକରାତ୍ମକ ଶକ୍ତି ଆସିଥାଏ।

୩. ଘରର କବାଟ ଏବଂ ଝରକା ସଂଖ୍ୟା ତଥା ୨,୪,୬,୮ ଏବଂ ୧୦ରେ ରହିଲେ ଶୁଭ।  କବାଟ ଓ ଝରକାର ମୁହଁ ଭିତର ପଟୁ ଖୋଲିଲେ ଶୁଭ ଫଳ ମିଳିଥାଏ।

୪. ଧନ ବଢ଼ାଇବାକୁ ଚାହୁଁଥିଲେ ଆଲମିରା ତଥା ବାକ୍ସର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଦରକାର।
୫.ସନ୍ଧ୍ୟା ସମୟରେ ଘରକୁ ଅନ୍ଧାର ରଖନ୍ତୁ ନାହିଁ।

୬. ଘର ଭିତରେ ବୁଢ଼ିଆଣୀ ବସା ବାନ୍ଧିବା ଭଲ ନୁହେଁ। ଏହା ରହିଲେ ଘର ଅଶାନ୍ତି ରହେ।