‘ବତେଇଦେ ପ୍ରେମ ଉତ୍ତର’ରେ ନଜର ଆସିବେ ଅନୁଷ୍କା , ନୂଆ ମ୍ୟୁଜିକ ଭିଡିଓକୁ କୋରିଓଗ୍ରାଫି କରିଛନ୍ତି ବଦମାସ୍ ବଣ୍ଟି

ଭୁବନେଶ୍ବର ୨୩/୦୫: ସୁନ୍ଦର ଓ ରୋମାଣ୍ଟିକ ଗୀତ । ଏହାସହ ସୁପରହିଟ୍ ଯୋଡ଼ି । ଖୁବ ଶୀଘ୍ର ରିବେଲ କ୍ରିଏସନ ପ୍ରଯୋଜିତ ନୂଆ ମ୍ୟୁଜିକ ଭିଡିଓ ‘ବତେଇ ଦେ ପ୍ରେମ ଉତ୍ତର’ରେ ନଜର ଆସିବେ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ରାଉତରାୟ । ତାଙ୍କ ସହ ଅଭିନୟ କରିଛନ୍ତି ଆକାଶ ।

ରାଉରକେଲାର ଅନୁଷ୍କା ବିବିଏ ପଢ଼ିବା ସହ ନାଚ ଓ ଅଭିନୟରେ ରୁଚି ରଖନ୍ତି । କେମିତି ବୁଝେଇବି ତୋତେ, ଜିଇଁ ପାରିବିନି ମୁଁ, ତୁ କେବଳ ମୋର, ତୋତେ ଭଲ ପାଇବାର ହଜାରେ କାରଣ ଭଳି ଓଡ଼ିଆ ଗୀତ ସହ ଆମ ଗାଁ ବୁଲେଇ ନେବି ତୋତେ ଭଳି ସୁନ୍ଦର ସମ୍ବଲପୁରୀ ଗୀତ ମଧ୍ୟ ସେ କରିଛନ୍ତି ଯାହା ବେଶ୍ ସୁପରହିଟ୍ ରହିଛି ।

ଏବେ ସାରଦା ପ୍ରସନ୍ନଙ୍କ ନିର୍ଦ୍ଦେଶନାରେ ‘ବତେଇଦେ ପ୍ରେମ ଉତ୍ତର’ରେ ନୂଆ ରୂପରେ ଦେଖିବାକୁ ମିଳିବ ଅନୁଷ୍କାଙ୍କ ସହ ଆକାଶ(ଓଡ଼ିଆ ଟୋକା)ଙ୍କୁ । ଏହି ଗୀତକୁ କୋରିଓଗ୍ରାଫି କରିଛନ୍ତି ବଦମାସ୍ ବଣ୍ଟି । ଦର୍ଶକ କଣ୍ଠଶିଳ୍ପୀ କୁଲଦୀପ ଆଉ ଅସୀମାଙ୍କ ଗୀତରେ ମତୁଆଲା ହେବା ସହ ଆକାଶ ଓ ଅନୁଷ୍କାଙ୍କ ନାଚରେ ଝୁମିବେ ବୋଲି ନିର୍ଦ୍ଦେଶକ ସାରଦା କହିଛନ୍ତି ।
