ବାଇକ୍-ସାଇକେଲ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ବାଉଁଶୁଣୀ, ୨୬/୫ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥ ବାଉଁଶୁଣୀ ଛକ ନିକଟରେ ଶୁକ୍ରବାର ସକାଳ ୯ ଟାରେ ଏକ ଦୁର୍ଘଟଣା ଘଟିଛି । ଏକ ବାଇକ୍ ଓ ସାକେଲ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଅଶୋକ ମାଝି ନାମକ ଯୁବକ ଆଠମଲ୍ଲିକରୁ ସୋନପୁର ଅଭିମୁଖେ OD 19 W 1548 ନଂ ଗାଡ଼ି ଯୋଗେ ଯାଉଥିଲେ । ସେହି ସମୟରେ ବାଉଁଶୁଣୀ ଥାନା ଜମଘାଟି ଗ୍ରାମର ସତ୍ୟ ମେହେର ବାଉଁଶୁଣୀ ପଞ୍ଚାୟତ କାର୍ଯ୍ୟାଳୟକୁ ସାଇକେଲରେ ଚାଉଳ ନେଇ ଯାଉଥିଲେ । ହଠାତ୍ ସେହି ସମୟରେ ବାଇକ୍ ଟି ଆସି ଧକ୍କା ଦେଇଥିଲା । ଫଳରେ ସତ୍ୟ ସାଇକେଲରୁ ଛିଟିକି ପଡ଼ିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସତ୍ୟଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ସୋନପୁର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।