ଦିଲ୍ଲୀ ଜେଏନୟୁରେ ପୁଣି ଅଶାନ୍ତି , ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖୁଥିବା ଛାତ୍ରଙ୍କୁ ପଥର ମାଡ଼

ନୂଆଦିଲ୍ଲୀ – ଜବାହର ଲାଲ ୟୁନିଭର୍ସିଟି ( ଜେଏନୟୁ)ରେ ବିବିସି ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଛାତ୍ର ୟୁନିୟନ ସ୍ପଷ୍ଟ କରିଛି କି ତାଙ୍କ ତରଫରୁ ସବୁ ଛାତ୍ରଛାତ୍ରୀଙ୍କୁ ବିବିସିର ଡକ୍ୟୁମେଣ୍ଟ୍ରି ଦେଖାଯିବ । କିନ୍ତୁ ଏହି ଭିତରେ ପ୍ରଶାସନ କ୍ୟାମ୍ପସରେ ବିଜୁଳି କାଟି ଦେଇଛି ଏବଂ ସବୁ ଛାତ୍ର ହାତରେ ଲାଇଟ ନେଇ ବାହାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସେପଟେ ଡକ୍ୟୁମେଣ୍ଟାରୀ ଦେଖୁଥିବା ଛାତ୍ରଙ୍କ ଉପରେ ପଥରମାଡ଼ ମଧ୍ୟ ହୋଇଛି। କିଏ ପଥର ଫିଙ୍ଗିଲେ , ଏହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି କାରଣରୁ ସେଠାରେ ଉତ୍ତେଜନା ବୃଦ୍ଧି ପାଇଛି।
ଏବେ ସୂଚନା ଅନୁସାରେ ଜଣାପଡ଼ିଛି କି , JNUSU ଦ୍ୱାରା ପୂର୍ବରୁ ସ୍ଥିର କରାଯାଇ ଥିଲା କି ସେ କ୍ୟାମ୍ପସରେ ଷ୍ଟୁଡେଣ୍ଟଙ୍କୁ ବିବିସିର ଡକ୍ୟୁମେଣ୍ଟାରୀ ଦେଖାଇବେ। ଏହି ଘୋଷଣା ସେତେବେଳେ କରାଯାଇ ଥିଲା ଯେବେ ଜେଏନୟୁର ପ୍ରଶାସନ ସ୍ପଷ୍ଟ କରିଦେଇଥିଲେ କି ବିବିସି ଡକ୍ୟୁମେଣ୍ଟ୍ରି ଦେଖା ଯିବ ନାହିଁ। କିନ୍ତୁ ସେତେବେଳେ ଷ୍ଟୁଡେଣ୍ଟ ୟୁନିୟନ ଏହି ଡକ୍ୟୁମେଣ୍ଟାରୀକୁ ଦେଖାଇବାକୁ ଘୋଷଣା କରିଥିଲା ଏବଂ ଏହି କ୍ରମରେ ମଙ୍ଗଳବାର ତାହା ଦେଖା ବି ଗଲା । ଏହାପରେ ଆରମ୍ଭ ହୋଇଥିଲା ଉକ୍ତ ଅଶାନ୍ତକର ବାତାବରଣ ।