ମୁମ୍ବାଇ,୨/୬ : ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼(BCCI) ସାଇରାଜ୍ ବହୁତୁଲେଙ୍କୁ ଭାରତୀୟ କ୍ରିକେଟ ଟିମର ନୂଆ ସ୍ପିନ କୋଚ୍ ନିଯୁକ୍ତ କରିଛି । ସାଇରାଜ ବହୁତୁଲେଙ୍କୁ ଏହି ଦାୟିତ୍ବ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ପୂର୍ବରୁ ମିଳିଛି । ପୂର୍ବତନ ଭାରତୀୟ ଅନ୍ତରାଷ୍ଟ୍ରୀୟ ଖେଳାଳୀ ଏବଂ ଘରୋଇ କ୍ରିକେଟର ଭେଟରାନ ସାଇରାଜ ବହୁତୁଲେ ଏକ ଅନୁଭବୀ କୋଚ୍ ଅଟନ୍ତି । ବହୁ ବର୍ଷରୁ ସେ ଘରୋଇ ଏବଂ ଫ୍ରାଞ୍ଚାଇଜ୍ କ୍ରିକଟରେ ସ୍ପିନ ବୋଲିଂ ପ୍ରତିଭାଙ୍କୁ ଆଗକୁ ଆଣିବାର କାମ କରୁଛନ୍ତି ।

ସାଇରାଜ ବହୁତୁଲେ ଭାରତ ଲାଗି ଦୁଇ ଟେଷ୍ଟ ଏବଂ ୮ଓ୍ବାନଡେ ମ୍ୟାଚ୍ ଖେଳିଛନ୍ତି। ସେ ପ୍ରାୟ ଦୁଇ ଦଶକ ପର୍ଯ୍ୟନ୍ତ ଭାରତ ଲାଗି ଘରୋଇ କ୍ରିକେଟ ଖେଳିଛନ୍ତି ଏବଂ ଶାନଦାର୍ ପ୍ରଦର୍ଶନ କରିଚନ୍ତି । ସେ ଜଣେ ଭେଟରାନ ସ୍ପିନର ସହ ଘରୋଇ କ୍ରିକେଟରେ ଜଣେ ଭଲ ବ୍ୟାଟର ବି ଅଟନ୍ତି। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୬୧୭୬ରନ୍ କରିଛନ୍ତି ଏବଂ ୬୩୦ଓ୍ବିକେଟ ନେଇଛନ୍ତି । ସେ ଘରୋଇ କ୍ରିକେଟର ଭେଟରାନ ବୋଲି ଜଣାଶୁଣା ଅଟନ୍ତି ।

ଭାରତୀୟ କ୍ରିକେଟ ଦଳର ସ୍ପିନ୍ କୋଚ୍ ହେବା ପରେ ସାଇରାଜ ବହୁତୁଲେ କହିଛନ୍ତି, "ଭାରତୀୟ ପୁରୁଷ କ୍ରିକେଟ ଦଳର ସ୍ପିନ୍ ବୋଲିଂ କୋଚ୍ ଭାବେ ନିଯୁକ୍ତ ହେବା ମୋ ପାଇଁ ଏକ ବଡ଼ ସମ୍ମାନର କଥା। ଜଣେ ଖେଳାଳି ଭାବେ ଭାରତର ପ୍ରତିନିଧିତ୍ୱ କରିବା ମୋ ପାଇଁ ବହୁତ ଗର୍ବର ବିଷୟ ଥିଲା ଏବଂ କୋଚ୍ ମାଧ୍ୟମରେ ପୁଣି ଥରେ ଭାରତୀୟ କ୍ରିକେଟରେ ଯୋଗଦେବାର ସୁଯୋଗ ପାଇବା ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ମୁଁ ଖେଳାଳିମାନଙ୍କ ସହ କାମ କରିବା ଏବଂ ସମସ୍ତ ଫର୍ମାଟରେ ଉତ୍କର୍ଷତା ହାସଲ କରିବାରେ ଦଳକୁ ସହଯୋଗ କରିବାକୁ ଉତ୍ସାହିତ ଅଛି।"