ବଲାଙ୍ଗିର, ୨୬/୦୬: ବଲାଙ୍ଗିର ସହରରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୮ଟି ଦୋକାନ। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁ ଲାଗି ଏକାଧିକ ଦୋକାନ ଘର ଜଳିଯାଇଛି। ବଲାଙ୍ଗିର ୨୬ ନମ୍ୱର ଜାତୀୟ ରାଜପଥ ଗାନ୍ଧିନଗର ପଡ଼ାରେ ଏହି ଘଟଣା ଘଟିଛି । ଗାଡ଼ି ପାର୍ଟସ ଦୋକାନ ସହ ଅନ୍ୟ କିଛି ଦୋକାନ ଜଳି ଯାଇଥିବା ଜଣାପଡିଛି । ଗ୍ୟାରେଜ ସହ ଫନିଚର ଦୋକାନ , ମିକଶ୍ଚର ଦୋକାନ , ଗୋଟିଏ ମେଡ଼ିସିନ ଦୋକାନ ଜଳିଯାଇଛି । ଘଟଣା ସ୍ଥଳରେ ୩ରୁ ଅଧିକ ଅଗ୍ନିଶମ ଗାଡ଼ି ପହଞ୍ଚିଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ଘଟିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ୫ ଟା ୩୦ ମିନିଟରେ ଗାନ୍ଧିନଗର ପଡାର ୩ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସରେ ତଳେ ଥିବା ଗୋଟିଏ ଦୋକାନରୁ ଧୂଆଁ ବାହାରୁ ଥିବା ନେଇ କିଛି ଲୋକ ଦେଖିଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାରି ଭିତରେ ନିଆଁ ଭୟଙ୍କର ଭାବେ ଗୋଟିଏ ଗୋଟିଏ ଦୋକାନକୁ ବ୍ୟାପି ଯାଇଥିଲା । ଚାହୁଁ ଚାହୁଁ ନିଆଁ ନାଁ ଭିତରକୁ ୮ଟି ଦୋକାନ ଆସିଯାଇଥିଲା । ଅଗ୍ନିକାଣ୍ଡରେ ଗୋଟିଏ ଗ୍ୟାରେଜ, ଫନିଚର ଦୋକାନ , ମିକଶ୍ଚର ଦୋକାନ , ଗୋଟିଏ ଗାଡିପାର୍ଟ ଦୋକାନ , ଇଭି-ବାଇକ ଗ୍ୟାରେଜ ସହ ମେଡିସିନ ଦୋକାନର କିଛି ଅଂଶ ଜଳି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଗ୍ୟାରେଜକୁ କାମ ପାଇଁ ଆଣିଥିବା ବାଇକ, ସ୍କୁଟି ସହ ବହୁ ଇଭି ଗାଡ଼ି ପୋଡ଼ି ଯାଇଛି । ପ୍ରାୟ ୨୦ଟି ଗାଡ଼ି ଜଳି ସମ୍ପୂର୍ଣ୍ଣ ନଷ୍ଟା ହୋଇଥିଲା ଜଣାପଡ଼ିଛି । ଅନ୍ୟପଟେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ କ୍ଷୟକ୍ଷତିର କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ଅଧିକ ପଢନ୍ତୁ- Low Pressure: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା, ଜୁଲାଇ ୨ ବେଳକୁ ଲଘୁଚାପ, ୧ରୁ ବଢ଼ିବ ବର୍ଷା ପରିମାଣ