ନୂଆଦିଲ୍ଲୀ,୨୧/୦୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅର୍ଥାତ ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗ୍ ପାଇଁ ନୂଆ ସ୍ପନ୍ସରର ଖୋଜି ସାରିଛି । ଯାହା କି ଏଆଇ ପ୍ରାୟୋଜକ । ଆଇଇପିଏଲ ୨୦୨୬ ପୂର୍ବରୁ ବିସିସିଆଇ ଗୁଗଲ ଏଆଇ ପ୍ଲାଟଫର୍ମ ଜେମିନି ସହ ହାତ ମିଳାଇଛି । ଆସନ୍ତା ୩ ବର୍ଷ ପାଇଁ ଏଆଇ ସ୍ପନ୍ସରସିପ୍ ଭାବେ ବିସିସିଆଇ ଏବଂ ଗୁଗଲ ମଧ୍ୟରେ ୨୭୦ କୋଟି ଟଙ୍କାର ଡିଲ ହୋଇଛି । ଜେମିନି ଏଆଇ ପ୍ଲାଟଫର୍ମ ଆଗାମୀ ଆଇପିଏଲ ସିଜିନର ଏଆଇ ସ୍ପନ୍ସର ହେବ ।
ଗୁଗଲ ଜେମିନିର ପ୍ରତିନ୍ଦ୍ବନ୍ଦୀ କମ୍ପାନୀ ଚାର୍ଟିଜିପିଟି ମହିଳା ପ୍ରମିୟର ଲିଗରେ ପ୍ରାୟୋଜକ ମଧ୍ୟରେ ଗୋଟିଏ । ଏହି କାରଣରୁ ଗୁଗଲ ଆଇପିଏଲରେ ମଧ୍ୟ ତାର ଉପସ୍ଥିତି ଜାହିର କରିଛି । ଏ ନେଇ ବିସିସିଆଇର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୩ ବର୍ଷ ପାଇଁ ଏହି ଡିଲ୍ ହୋଇଛି ।
ଆଇପିଏଲ ୨୦୨୬ କଥା କହିବାକୁ ଗଲେ ଅକ୍ସନ ସରିଛି । ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଫଟାଫଟ ଲିଗ୍ ଟୁର୍ଣ୍ଣାମେଣ୍ଟ । ମେ ୩୧ ଯାଏ ଖେଳାଯିବ । ୨ ମାସରୁ ଅଧିୟ ସମୟ ଯାଏ ଏହି କ୍ରିକେଟର ଭରପୁର ମନୋରଞ୍ଜନ କରିବେ କ୍ରିକେଟପ୍ରେମୀ । ଗତ ସିଜନରେ ୧୮ ବର୍ଷ ପରେ ପ୍ରଥମ ଥର ଟ୍ରଫି ଜିତିଥିଲା । କେବଳ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ୍ ଟ୍ରଫି ଜିତିନାହାନ୍ତି ।