ନୂଆଦିଲ୍ଲୀ,୧୦/୦୨; ୨୦୨୫/୨୬ ସିଜନ ପାଇଁ ବିସିସିଆଇ ପକ୍ଷରୁ ଖେଳାଳିଙ୍କ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରାଯାଇଛି । ପୁରୁଷ ବର୍ଗରେ ମୋଟ୍ ୩୦ ଖେଳାଳିଙ୍କୁ ୩ଟି ଗ୍ରେଡ୍ରେ ଭାଗ କରାଯାଇଛି । ସର୍ବୋଚ୍ଚ ଗ୍ରେଡ୍ ଏ’ରେ କେବଳ ଯଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା ଓ ଶୁଭମନ ଗିଲ୍ ସ୍ଥାନ ପାଇଛନ୍ତି । ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଗ୍ରେଡ୍ ବି’କୁ ଖସିଛନ୍ତି । ସେହିପରି ମହିଳାରେ ମୋଟ୍ ୨୧ଜଣ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରାଯାଇଛି । ସର୍ବୋଚ୍ଚ ଏ’ ଗ୍ରେଡ୍ରେ ହର୍ମନପ୍ରୀତ କୌର, ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗ୍ସ ଓ ଦୀପ୍ତି ଶର୍ମାଙ୍କୁ ସ୍ଥାନ ମିଳିଛି ।
ବିସିସିଆଇ ଏ ଥର ଗ୍ରେଡ୍ ଏପ୍ଲସ୍କୁ ତାଲିକାରୁ ବାଦ ଦେଇଛି । ରୋହିତ, କୋହଲି, ବୁମରା ଓ ଜାଡେଜା ଗତ ବର୍ଷ ଏହି ତାଲିକାରେ ରହିଥିଲେ । ଗିଲ୍ ରାଜ୍ୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଉଦଯାପିତ ଖୋର୍ଦ୍ଧା ଦଳଗତ ବିଜେତା ଗ୍ରେଡ୍ ଏ’ରେ ବୁମରା, ଗିଲ, ଜାଡେଜା ଓ ବୁମରା ସମସ୍ତ ଫର୍ମାଟ୍ ଖେଳୁଛନ୍ତି । ସେହିପରି ଜାଡେଜା ଟେଷ୍ଟ ଫର୍ମାଟ ସବୁଠୁ ସିନିୟର ଖେଳାଳି । ଗ୍ରେଡ୍ ବି’ରେ ୧୧ଜଣ ଖେଳାଳି ଓ ଗ୍ରେଡ୍ ସି’ରେ ୧୬ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ଏଥର କୌଣସି ନୂଆ ଖେଳାଳିଙ୍କୁ ସ୍ଥାନ ଦିଆଯାଇ ନାହିଁ । ବରଂ ଗତ ସିଜନର ଖେଳାଳି ତାଲିକାକୁ କମାଇ ୩୦ରେ ସୀମିତ ରଖାଯାଇଛି । ୨୦୨୪/୨୫ ସିଜନରେ ମୋଟ୍ ୩୪ ଖେଳାଳି ଚୁକ୍ତିବଦ୍ଧ ରହିଥିଲେ । ଏଥର ମହମ୍ମଦ ସାମି, ସର୍ଫରାଜ ଖାନ, ରଜତ ପାତିଦାର ଓ ମୁକେଶ କୁମାରଙ୍କୁ ବାଦ ଦିଆଯାଇଛି ।
🚨 News 🚨
— BCCI (@BCCI) February 9, 2026
BCCI announces Annual Player Retainership for Team India Senior Men and Senior Women for the 2025-26 season#TeamIndia | Details 🔽https://t.co/Rd3pUCPRr9 pic.twitter.com/UNYRThs1kW
ଏହା ବି ପଢନ୍ତୁ...ମୁଣ୍ଡ ନୁଆଁଇଲା ପାକିସ୍ତାନ, ହଟିଲା ବୟକଟ୍ ସସ୍ପେନ୍ସ ; ୧୫ରେ ଭାରତ ସହ ଖେଳିବ ମ୍ୟାଚ୍
ଗ୍ରେଡ୍ ଏ: ଶୁଭମନ ଗିଲ, ଯଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା ।
ଗ୍ରେଡ୍ ବି: ୱାସିଂଟନ ସୁନ୍ଦର, ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, କୁଲଦୀପ ଯାଦବ, ଯଶସ୍ୱୀ ଜୈସ୍ୱାଲ୍, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର ।
ଗ୍ରେଡ୍ ସି: ଅକ୍ଷର ପଟେଲ, ତିଳକ ବର୍ମା, ରିଙ୍କୁ ସିଂହ, ଶିଭମ ଦୁବେ, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ଧ୍ରୁବ ଜୁରେଲ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ନୀତିଶ କୁମାର ରେଡ୍ଡୀ, ଅଭିଷେକ ଶର୍ମା, ବି ସାଇ ସୁଦର୍ଶନ, ରବି ବିଷ୍ଣୋଇ, ଋତୁରାଜ ଗାଏକୱାଡ୍
ମହିଳା ଗ୍ରେଡ୍ ଏ: ହର୍ମନପ୍ରୀତ କୌର, ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା ।
ଗ୍ରେଡ୍ ବି: ରେଣୁକା ଠାକୁର, ଶେଫାଳି ବର୍ମା, ରିଚା ଘୋଷ, ସ୍ନେହ ରାଣା, ରାଧା ଯାଦବ, ଅମନଜୋତ କୌର, ପ୍ରତୀକା ରାୱଲ୍, କ୍ରାନ୍ତି ଗୌଡ଼, ଉମା ଚେତ୍ରୀ, ଅରୁନ୍ଧତୀ ରେଡ୍ଡୀ ।
ଗ୍ରେଡ୍ ସି: ଶ୍ରୀ ଚରଣୀ, ୟସ୍ତିକା ଭାଟିଆ, ହର୍ଲିନ ଦେଓଲ, କାଶଭୀ ଗୌତମ, ଜି କାମାଳିନୀ, ବୈଷ୍ଣବୀ ଶର୍ମା, ତେଜଲ ହସବନିସ ।