ନୂଆଦିଲ୍ଲୀ: ଆଇପିଏଲର ୧୯ତମ ସଂସ୍କରଣ ସଫଳଭାବେ ଶେଷ ହେବାକୁ ବସିଲାଣି । ଆରସିବି ପ୍ରଥମ ଦଳଭାବେ ଫାଇନାଲରେ ପ୍ରବେଶ କରିସାରିଛି । ବାକି ଦୁଟି ମ୍ୟାଚ ପରେ ଚଳିତ ବର୍ଷର ଫାଇନାଲ ଟକ୍କର ଅନୁଷ୍ଠିତ ହେବ । ତେବେ ପୁଣିଥରେ ଏହିବର୍ଷ ଆୟୋଜନ ହେବ କି ଆଇପିଏଲ ? ଏମିତି ଏକ ଚର୍ଚ୍ଚା ଏବେ ଦେଖିବାକୁ ମିଳିଛି । ଆଇପିଏଲ ଅଧ୍ୟକ୍ଷ ନିକଟରେ ଦେଇଥିବା ଏକ ପ୍ରତିକ୍ରିୟାରୁ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।
ଆଇପିଏଲ ଅଧ୍ୟକ୍ଷ କହିଛନ୍ତି କି, ମେ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ଆଇପିଏଲ ସେପ୍ଟେମ୍ବର-ଅକ୍ଟୋବରକୁ ସ୍ଥାନାନ୍ତର କରାଯିବା ନେଇ ବିଚାର କରାଯାଉଛି । ମେ’ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାବେଳେ ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଷ୍ଟାଡିୟମକୁ ଏତେ ପରିମାଣରୁ ଦର୍ଶକ ଆସୁନାହାନ୍ତି । ଏଣୁ ଶୀତ ଦିନରେ ଏହାକୁ ଆୟୋଜନ ନେଇ ବିଚାର ଚାଲିଛି । ଦୀପାବଳି ସମୟରେ ଏହି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆୟୋଜନ ହେବା ଦ୍ବାରା ଆଉ ଏକ ଲାଭ ମିଳିବ । ଏହି ସୟରେ ଅଧିକ ବିଜ୍ଞାପନ ମିଳିପାରିବ । ଦୀପାବଳି ରହିଥିବାବେଳେ ବହୁ କମ୍ପାନୀ ବିଜ୍ଞାପନ ଦେବେ ।
କୋଭିଡ୍ ସମୟୁ ଛାଡ଼ିଦେଲେ ଆଇପିଏଲର ବାକି ସିଜିନ ମାର୍ଚ୍ଚରୁ ମେ’ ମଧ୍ୟରେ ଅନୁଷ୍ଠିତ ହୋଇଛି । ଯେଉଁଥିରେ କେବେ ଧ୍ୟ ପରିବର୍ତ୍ତନ ହୋଇନାହିଁ । ତେବେ ବିସିସିଆଇ ବିଚାର କରୁଛି କି, ଆଇପିଏଲକୁ ଦୁଇଭାଗରେ ଆୟୋଜନ କରିବା ପାଇଁ । ଫେବୃଆରୀରୁ ଏପ୍ରିଲ ମଧ୍ୟରେ ପ୍ରଥମ ଭାଗ ଏବଂ ଅକ୍ଟୋବରରୁ ସେପ୍ଟେମ୍ବର ମଧ୍ୟରେ ଦ୍ବିତୀୟ ଭାଗ ଆୟୋଜନ କରାଯିବ । ମାତ୍ର ଏଥିାପାଇଁ ଅନ୍ୟ ବୋର୍ଡ ଉପରେ ନିର୍ଭର କରିବାକୁ ପଡ଼ିବ ।
ଏହାସହ ପଢ଼ନ୍ତୁ : ଜିଓର ନୂଆ OTT ପାସ୍: ମାତ୍ର ୨୦୦ ଟଙ୍କାରେ ୧୫ ଟି ପ୍ରିମିୟମ ଓଟିଟି ଆପ୍