ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ରବି ଶାସ୍ତ୍ରୀଙ୍କର ହୋଇପାରେ କି ଛୁଟି? ବିସିସିଆଇ ମାଗିଲା ମୁଖ୍ୟକୋଚ ସହିତ ଏହି ସବୁ ପଦବୀ ପାଇଁ ଆବେଦନ

ନୂଆଦିଲ୍ଲୀ,୧୬।୭: ବିଶ୍ବକପରେ ପରାଜୟ ପରେ ଏବେ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ଆକ୍ସନରେ। ବିସିସିଆଇ ଏବେ ହେଡ କୋଚ, ବ୍ୟାଟିଂ କୋଚ, ବୋଲିଂ କୋଚ, ଫିଲ୍ଡିଂ କୋଚ, ଫିଜିଓ ଥେରାପିଷ୍ଟ, ଷ୍ଟେ୍ରଟ ଆଣ୍ଡ କଣ୍ଡିଂସନିଙ୍ଗ କୋଚ ଓ ଆଡମିନଷ୍ଟେ୍ରଟିଭ ମ୍ୟାନେଜର ପଦ ପାଇଁ ଆବେଦନ ମାଗିଛି। ଏହି ସବୁ ପଦବୀ ପାଇଁ ଚଳିତ ମାସ ୩୦ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି।

wp:gallery {"ids":[27274]} /wp:gallery

ନୂଆ କୋଚ ଓ ସପୋର୍ଟିଂ ଷ୍ଟାଫଙ୍କ କାର୍ଯ୍ୟକାଳ ୫ ସେପ୍ଟେମ୍ବର ୨୦୧୯ରୁ ୨୪ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ରହିବ। ସେଭଳି ଆଡମିନଷ୍ଟେ୍ରଟିଭ ମ୍ୟାନେଜରଙ୍କ କାର୍ଯ୍ୟକାଳ ୧ ବର୍ଷ ପାଇଁ ରହିବ। ବର୍ତ୍ତମାନର କୋଚିଂ ଷ୍ଟାପ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିପାରିବେ। ଟିମ ଇଣ୍ଡିଆର ବର୍ତ୍ତମାନର ହେଡ କୋଚ ରବି ଶାସ୍ତ୍ରୀଙ୍କୁ ପୁଣିଥରେ ଆବେଦନ କରିବାକୁ ହେବ, କାରଣ ତାଙ୍କର ସମୟସୀମା ଆସନ୍ତାମାସ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପରେ ଶେଷ ହୋଇଯିବ।

wp:gallery {"ids":[27275]} /wp:gallery

ସହଯୋଗୀ ଷ୍ଟାଫଙ୍କ ଭିତରେ ବୋଲର କୋଚ ଭାରତ ଅରୁଣ, ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର ଓ ଫିଲ୍ଡିଂ କୋଚ ଆର ଶ୍ରୀଧର ଅଛନ୍ତି। ଓ୍ବେଷ୍ଟଇଣ୍ଡିଜକୁ ୩ ଅଗଷ୍ଟରୁ ୩ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗସ୍ତ କାରଣରୁ ତାଙ୍କର କାର୍ଯ୍ୟକାଳ ବିଶ୍ବକପ ପରେ ୪୫ ଦିନ ପାଇଁ ବଢାଇ ଦିଆଯାଇଛି। ଏହି ସମସ୍ତେ ନୂଆ ଭାବରେ ଆବେଦନ କରିପାରିବେ, କିନ୍ତୁ ଟିମର ନୂଆ ଟ୍ରେନର ଓ ଫିଜିଓ ଆସିପାରନ୍ତି। କାରଣ ଶଙ୍କର ବାସୁ ଓ ପୋଟ୍ରିକ ଫରହାର୍ଟ ଭାରତର ବିଶ୍ବକପ ସେମିଫାଇନାଲରେ ପରାଜୟ ପରେ ସହଯୋଗୀ ଷ୍ଟାଫ୍ ପଦରୁ ହଟିଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.