PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଟି-୨୦ ବିଶ୍ୱକପ୍‌ ହାରିବା ପରେ ବିସିସିଆଇର ଆକ୍ସନ , ଚେତନ ଶର୍ମାଙ୍କ ସମେତ ପୂରା ଚୟନ କମିଟି ଭାଙ୍ଗିଲା

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍‌ ୨୦୨୨ର ସେମିଫାଇନାଲରେ ଭାରତକୁ ଇଂଲଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହି ପରାଜୟ ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏକ ବଡ଼ ପଦକ୍ଷେପ ନେଇଛି। ବୋର୍ଡ ଶୁକ୍ରବାର (୧୮ ନଭେମ୍ୱର)ରେ ଚେତନ ଶର୍ମାଙ୍କର ନେତୃତ୍ୱରେ ଚୟନ କମିଟିକୁ ଭାଙ୍ଗି ଦେଇଛି। ବିସିସିଆଇ ଏବେ ମୁଖ୍ୟ ଚୟନକର୍ତ୍ତାଙ୍କ ସମେତ ମୋଟ ୫ ପଦ ପାଇଁ ଆବେଦନ ଘୋଷଣା କରିଛି।

ବିସିସିଆଇ କହିଛି , ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ ଚୟନକର୍ତ୍ତାଙ୍କ (ସିନିୟର ପୁରୁଷ ଟିମ୍‌)ର ପଦ ପାଇଁ ଆବଦେନ ଗ୍ରହଣ କରୁଛି। ଯେଉଁ ଆଶାୟୀ ପ୍ରାର୍ଥୀ ଉକ୍ତ ପଦ ପାଇଁ ଆବେଦନ କରିବାକୁ ଚାହିଁବେ , ତାଙ୍କୁ ନିଜର ଆବେଦନରେ ବିଚାର କରି ନିର୍ଦ୍ଦିଷ୍ଟ ମାନଦଣ୍ଡକୁ ପୂରା କରିବାକୁ ହେବ।

ସେହି ପୂର୍ବତନ କ୍ରିକେଟର ଚୟନକର୍ତ୍ତାର ପଦ ପାଇଁ ଆବେଦନ କରିପାରିବେ , ଯେଉଁମାନେ ଅତି କମ୍‌ରେ ୭ଟି ଟେଷ୍ଟ ବା ୩୦ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ବା ୧୦ ଟି ୱାନଡେ ଓ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବେ । ଏହାସହ ଅତି କମ୍‌ରେ ୫ବର୍ଷ ପୂର୍ବେ କ୍ରିକେଟରୁ ଅବସର ନେଇଥିବେ । ଖାଲି ଏତିକି ନୁହେଁ କେହି ବି ପୂର୍ବତନ କ୍ରିକେଟର ଯିଏ ମୋଟ ୫ ବର୍ଷ ପାଇଁ କୌଣସି ବି କ୍ରିକେଟ କମିଟିର ସଦସ୍ୟ ରହିଥିବେ , ସେ ପୁରୁଷଙ୍କର ଚୟନ କମିଟିର ସଦସ୍ୟ ହେବା ପାଇଁ ଯୋଗ୍ୟ ହେବେ ନାହିଁ ।

ଆବେଦନ କରିବାର ଶେଷ ତାରିଖ ୨୮ ନଭେମ୍ୱର (ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ) ରହିଛି ।

ସମ୍ବନ୍ଧିତ ଖବର