PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପିସି ନେବା ମହଙ୍ଗା ପଡିଲା : ଭିଜିଲାନ୍ସ ଜାଲରେ ଗୁଡଭେଲା ବିଡ଼ିଓ

ବଲାଙ୍ଗିର, ୨୬|୯: ଜନୈକ ଠିକାଦାର ଠାରୁ ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଗୁଡଭେଲା ବ୍ଲକ ବିଡ଼ିଓ ବିନୋଦ ନାଏକ । ବରଗଡ଼ ଭିଜିଲାନ୍ସ ଟିମ୍ ବିଡିଓଙ୍କୁ ଗିରଫ କରିଛି। ବିଡ଼ିଓ ଶ୍ରୀ ନାଏକ ରାଜକେଲ ଗ୍ରାମର ଠିକାଦାର ଗୋପାଳ ବେହେରାଙ୍କଠାରୁ ଗୁଡ଼ଭେଲା ବ୍ଳକ ଦେଉଳଗୁଡ଼ି ଛକପାଖରେ ଥିବା ଏକ ଷ୍ଟଲରେ ଟଙ୍କା ନେଉଥିଲେ | ପୂର୍ବରୁ ସେଠାରେ ଛକି ବସିଥିବା ବରଗଡ଼ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଉକ୍ତ ଷ୍ଟଲକୁ ଯାଇ ବିଡ଼ିଓଙ୍କ ପାଖରୁ କେମିକାଲ ଲଗା ୫ ଶହ ଟଙ୍କିଆ ନୋଟ ୩୬୦ ଖଣ୍ତ ନୋଟ ଜବତ କରିଥିଲେ। ପରେ ଗୁଡ଼ଭେଲା ବ୍ଳକ କାର୍ଯ୍ୟାଳୟକୁ ନେଇ ବିଭିନ୍ନ କାଗଜପତ୍ର ଯାଂଚ କରିବା ପରେ ତୁଷୁରା ସ୍ଥିତ ସରକାରୀ କ୍ବାଟରକୁ ଯାଇ ସେଠାରେ ମଧ୍ୟ ବିଭିନ୍ନ କାଗଜପତ୍ର ଯାଂଚ ହୋଇଥିଲା।ସେହିପରି ବିଡ଼ିଓ ଶ୍ରୀ ନାଏକଙ୍କ ବଲାଙ୍ଗିର ସାଗରପଡ଼ା ସ୍ଥିତ ଘରେ ମଧ୍ୟ ବଲାଙ୍ଗିର ଭିଜିଲାନ୍ସ ବିଭାଗ ଦ୍ବାରା ଚଢାଉ କରାଯାଇଥିଲା।

ଅଭିଯୋଗ ମୁତାବକ ଗୁଡ଼ଭେଲା ବ୍ଳକ ର ଉପାନ୍ତ ଅଂଚଳ କୁହାଯାଉଥିବା ଗଭାରସା ରୁ ଗୋଡ଼ଭସା ଘାଟି ରାସ୍ତାରେ ୧୦ ଲକ୍ଷ ଟଙ୍କାରେ ହୋଇଥିବା କଂକ୍ରିଟ ରାସ୍ତା କାମ ପାଇଁ ୩୦ ହଜାର ଟଙ୍କା ଓ ଗୁଡ଼ଭେଲା ବ୍ଳକ କାର୍ଯ୍ୟାଳୟ କୋଠା ମରାମତି ପାଇଁ ୧୫ ଲକ୍ଷ ଟଙ୍କା ଓ ବ୍ଳକ କାର୍ଯ୍ୟାଳୟ କୋଠା ସମ୍ପ୍ରସାରଣ କାମ ପାଇଁ ୧୫ ଲକ୍ଷ ଟଙ୍କା କାମ ପାଇଁ ଆଗୁଆ ୫ ପ୍ରତିଶତ ହିସାବରେ ୧ ଲକ୍ଷ ୫୦ ହଜାର ଟଙ୍କା ଲାଂଚ ମାଗିଥିବା ନେଇ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ଉକ୍ତ ଯୋଜନା ମୁତାବତ ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଦେଉଳଗୁଡ଼ି ଛକଠାରେ ଟଙ୍କା କାରବାର ଚାଳିଥିବା ସମୟରେ ପୂର୍ବରୁ ଭିଜିଲାନ୍ସ ବିଭାଗ ଦ୍ବାରା କେମିକାଲ ଲଗା ଟଙ୍କା ଦେଇଥିବା ଉକ୍ତ ଟଙ୍କା କୁ ବିଡ଼ିଓ ବିନୋଦ ନାଏକଙ୍କ ହାତରୁ ଜବତ କରିଥିଲା।