PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ହିଟ୍ ଷ୍ଟ୍ରୋକ୍‌ରୁ ରୁହନ୍ତୁ ସୁରକ୍ଷିତ, ଆପଣାନ୍ତୁ ଏହି ସବୁ ପଦକ୍ଷେପ

ନୂଆଦିଲ୍ଲୀ ୨୬/୦୫: ବର୍ତ୍ତମାନ ଦେଶର ତଥା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ସୂର୍ଯ୍ୟଙ୍କ  ପ୍ରଖର କିରଣରେ ଶରୀରକୁ ଜାଳିଚାଲିଛି । ଯଦି ଦିନ ଦ୍ୱିପ୍ରହରରେ  ବାହାରକୁ ବାହାରିବାକୁ ପଡେ, ତେବେ ହିଟ୍‌ ଷ୍ଟ୍ରୋକ୍‌ ବା ଲୁ  ହେବାର ଆଶଙ୍କା ଖୁବ୍‌ ବଢିଯାଇଥାଏ, ଯାହା ପ୍ରାଣଘାତକ  ମଧ୍ୟ ହୋଇପାରେ । ଏପରିକି ଡାଇରିଆ, ଟାଇଫଏଡ୍‌  ଓ ତ୍ୱଚା ସଂକ୍ରମଣ ଆଦି ହେବାର ଆଶଙ୍କା  ମଧ୍ୟ ଉପୁଜିଥାଏ । ତେଣୁ ଏହି ଋତୁରେ  ଅଧିକ ସାବଧାନତା ଅବଲମ୍ବନ  କରିବା ଦ୍ୱାରା ହିଁ ହିଟ୍‌ ଷ୍ଟ୍ରୋକ୍‌ରୁ  ରକ୍ଷା ପାଇପାରିବେ । ଯେପରିକି  ସ୍ୱଚ୍ଛ ଖାଦ୍ୟ ଓ ଖରାରୁ ରକ୍ଷା  ପାଇବା ପାଇଁ କିଛି ସାବଧାନତା  ଅନୁକରଣ କଲେ ହିଁ ହିଟ୍‌  ଷ୍ଟ୍ରୋକ୍‌ରୁ ସୁରକ୍ଷିତ ରହିବେ । 

ଶରୀରର ସାଧାରଣ ତାପମାତ୍ରା  ୯୫.୫ ଫାରେନ୍‌ହାଇଟ୍‌(୩୭  ଡିଗ୍ରୀ ସେଲ୍‌ସିୟସ୍‌) ହୋଇଥାଏ ।  ବାତାବରଣର ତାପମାତ୍ରା ୩୭ ଡିଗ୍ରୀରୁ  ଅଧିକ ହେବା ଦ୍ୱାରା ଶରୀର ଏହାକୁ  ନିୟନ୍ତ୍ରିତ କରିଥାଏ । ଫଳରେ  ଶରୀରରୁ ଝାଳ ବାହାରେ ।  ବାତାବରଣର ତାପମାତ୍ରା  ସାମାନ୍ୟଠାରୁ ୪/୫  ଡିଗ୍ରୀ ସେଲ୍‌ସିୟସ୍‌  ଅଧିକ ହେଲେ ଶରୀରକୁ  ଏହା ନିୟନ୍ତ୍ରିତ କରିବା କଷ୍ଟ  ହୋଇଥାଏ । ତେଣୁ ଶରୀରରେ ଥିବା ଗରମକୁ ନିୟନ୍ତ୍ରିତ କରୁଥିବା ବ୍ୟବସ୍ଥା  ବିଗିଡି ଯାଇଥାଏ । ଫଳରେ ଗରମରୁ ଥକ୍କାପଣ, ବେହୋସ୍‌ ହେବା ଓ ଲୁ ଆଦି ସମସ୍ୟା ଉପୁଜିଥାଏ । 

ଲକ୍ଷଣ ଓ ସୁରକ୍ଷା :

ଅଧିକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରରେ ଜଳାଭାବ ଦେଖା  ଦେଇଥାଏ । ଫଳରେ ଶୋଷ ଲାଗିବା ସହ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ ।  ଏହାବ୍ୟତୀତ ବାନ୍ତି, ମୁଣ୍ଡ ବୁଲାଇବା, ଜ୍ୱର ଓ ଅଧିକା ଝାଳ ବାହାରିବା ପରି  ସମସ୍ୟା ଦେଖା ଦେଇଥାଏ । କେତେକ ଲୋକ ଗରମ ଯୋଗୁ ବେହୋସ୍‌ ମଧ୍ୟ  ହୋଇଯାଇଥାନ୍ତି । ଅଧିକ ସମୟ ଗ୍ରୀଷ୍ମ ପ୍ରବାହରେ ରହିବା ଦ୍ୱାରା ଶରୀରରୁ  ଝାଳ ବାହାରିବା ବନ୍ଦ ହୋଇଯାଇଥାଏ । ଏହା ହେଉଛି ସତର୍କ ଘଣ୍ଟି । ଝାଳ ନ  ବାହାରିବା ହେଉଛି ହିଟ୍‌ ଷ୍ଟ୍ରୋକ୍‌ର ମୁଖ୍ୟ ଲକ୍ଷଣ । ଏହା ଦ୍ୱାରା କିଡ୍‌ନୀ, ଲିଭର୍‌  ଓ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଖରାପ ହୋଇଯାଇପାରେ । ତେଣୁ ହିଟ୍‌  ଷ୍ଟ୍ରୋକ୍‌ର ସାମାନ୍ୟ ଆଭାସ୍‌ ମିଳିବା ମାତ୍ରେ ତୁରନ୍ତ ହସ୍ପିଟାଲ୍‌କୁ  ଯିବା ଦରକାର । କାରଣ ଏହି ସମୟରେ ଶରୀରରକୁ  ତୁରନ୍ତ ଥଣ୍ଡା ହେବା ଜରୁରି । ଶରୀରକୁ ଥଣ୍ଡା  କରିବା ସହ ତାପମାତ୍ରାକୁ ନିୟନ୍ତ୍ରିତ କରିବା  ଆବଶ୍ୟକ । 

ପିଲା ଓ ବୟସ୍କଙ୍କ ପାଇଁ  କ୍ଷତିକାରକ :

ହିଟ୍‌ ଷ୍ଟ୍ରୋକ୍‌ ପିଲା ଓ ବୟସ୍କଙ୍କ  ପାଇଁ ଅଧିକ କ୍ଷତିକାରକ । କାରଣ  ସେମାନଙ୍କ ଶରୀରର ତାପମାତ୍ରା  ନିୟନ୍ତ୍ରିତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫିଟ୍‌  ନଥାଏ । ଯଦି ଆପଣଙ୍କୁ ଅଧିକ କାମ  କରିବାକୁ ପଡୁଥାଏ, ତେବେ ମାତ୍ରାଧିକ ଝାଳ  ବାହାରିବା ସ୍ୱାଭାବିକ୍‌ । କିନ୍ତୁ ସେହି ଅନୁପାତରେ  ଇଲେକ୍ଟ୍ରୋଲାଇଟ୍‌ ପାଣି ପିଇବା ମଧ୍ୟ ଜରୁରି ।  କାରଣ ଇଲେକ୍ଟ୍ରୋଲାଇଟ୍‌ରେ ପର୍ଯ୍ୟାପ୍ତ ମାତ୍ରାର ଖଣିଜ  ପଦାର୍ଥ ରହିଥାଏ । ତେଣୁ ଖରାରେ ଓଆର୍‌ଏସ୍‌ ପାଣି ପିଇବାକୁ ପରାମର୍ଶ  ଦିଆଯାଇଥାଏ, ଯାହା ଶରୀରରେ ଜଳର ମାତ୍ରାକୁ ସନ୍ତୁଳିତ କରି ରଖିଥାଏ ।

ରୁହନ୍ତୁ ସୁରକ୍ଷିତ :

ସକାଳ ୧୧ ଘଣ୍ଟାଠାରୁ ଦିନ ୩ଟା ମଧ୍ୟରେ ହିଟ୍‌ ଷ୍ଟ୍ରୋକ୍‌ ଆଶଙ୍କା ରହିଥାଏ । ବିଶେଷକରି  ବୟସ୍କ, ମହିଳା ଓ ପିଲାମାନେ ଏହି ସମୟରେ ବାହାରକୁ ନ ବାହାରିବା ଉଚିତ୍‌ । ଯଦି  ବାହାରକୁ ଯିବା ଖୁବ୍‌ ଜରୁରି ହୋଇଥାଏ, ତେବେ ମୁଣ୍ଡକୁ ଢାଙ୍କିବା ସହ ପର୍ଯ୍ୟାପ୍ତ ମାତ୍ରାର  ପାଣି ବା ଜୁସ୍‌ ବ୍ୟବହାର କରିବା ଉଚିତ୍‌ । ସେହିପରି ଆଖିରେ କଳା ଚଷମା ବ୍ୟବହାର  କରିବା ଦରକାର । ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ସମୟରେ କାମ କରିବାର ନିର୍ଘଣ୍ଟ ସମୟରେ  ପରିବର୍ତ୍ତନ କରିବା ଉଚିତ୍‌ । 

ବିଶେଷ ଧ୍ୟାନ ଦିଅନ୍ତୁ :

-ଏସିରୁ ବାହାରି ଖରାକୁ ଯାଆନ୍ତୁ ନାହିଁ । କାରଣ ଶରୀରର ତାପମାତ୍ରାରେ ସନ୍ତୁଳନ  ରକ୍ଷା କରିବା ଆଦୌ ସହଜ ହୁଏନା ।

-ଖରାରୁ ଆସି ହଠାତ୍‌ ଫ୍ରିଜ୍‌ ପାଣି ପିଅନ୍ତୁ ନାହିଁ । ନଚେତ୍‌ ଥଣ୍ଡା ହେବାର ଆଶଙ୍କା  ରହିଥାଏ । 

-ପାରାସିଟମଲ୍‌ ନିଅନ୍ତୁ ନାହିଁ । ଯଦି ଖରାରେ ଜ୍ୱର ହୋଇଯାଏ, ତେବେ ପାରାସିଟମିଲ୍‌  ଖାଆନ୍ତୁ ନାହିଁ । ବରଂ ଥଣ୍ଡା ପାଣିରେ ସ୍ନାନ କରି ନିଅନ୍ତୁ । ଏହି ସମୟରେ ପାରାସିଟମଲ୍‌  କିଡ୍‌ନୀ ବା ଲିଭ୍‌ର ପାଇଁ ଘାତକ ହୋଇପାରେ ।

-ଆସ୍ଥାମା ରୋଗୀ ଅଧିକ ସତର୍କ ରୁହନ୍ତୁ । ବାତାବରଣରେ ଧୂଳିକଣା ବଢିବା ଯୋଗୁ  ନିଶ୍ୱାସ ନେବାରେ ସମସ୍ୟା ହୋଇପାରେ । ତେଣୁ ଯଥାସମ୍ଭବ ସତର୍କ ରୁହନ୍ତୁ ।