ଶୌଚ ହେବାକୁ ଯାଉଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଉଦଳା,୨ ।୬ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଜଣକ ହେଲେ ଉପେନ୍ଦ୍ର ଖଡିକା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
କୁଆଳିଆ ଗାଁ ନିକଟରେ ବୁଧବାର ଗୋଟିଏ ଭାଲୁ ବୁଲୁଥିଲା । ଏହି ସମୟରେ ଉପେନ୍ଦ୍ର ଶୌଚ ପାଇଁ ଯାଉଥିବା ବେଳେ ଭାଲୁ ହାବୁଡରେ ପଡିଯାଇଥିଲେ । ଭାଲୁ ଆକ୍ରମଣରେ ଯୁବକ ଜଣକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଉପେନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।