ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମହୁ ଖାଇବାକୁ ଯାଇଥିଲା: ଲାଗିଲା କରେଣ୍ଟ ଝଟକା, ଆଖିବୁଜିଲା ଭାଲୁ ଛୁଆ

Published By : Harapriya Sethi | February 17, 2025 8:47 AM

ନୀଳଗିରି,୧୭/୦୨: ମହୁ ଖାଇବାକୁ ଆଶା କରି ଗଛ ଉପରକୁ ଚଢିଥିଲା ମା ଭାଲୁ ସହ ଛୁଆ ଭାଲୁ । ହେଲେ ଘଟିଗଲା ଅଘଟଣ । ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଭାଲୁ ଛୁଆର ଜୀବନ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମିତ୍ରପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା । 

ସୂଚନା ମୁତାବକ, ରବିବାର ରାତିରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ଏକ ମା ଭାଲୁ ଛୁଆଙ୍କୁ ଧରି ଖାଦ୍ୟ ଅନ୍ୱେଷଣରେ ମିତ୍ରପୁର ଅଞ୍ଚଳକୁ ଆସିଥିଲା । ମିତ୍ରପୁର ଠାରୁ ଅଯୋଧ୍ୟା ରାସ୍ତା କଡରେ ଥିବା ଏକ ବର ଗଛରେ କିଛି ବାଘୁଆ ମହୁ ଥିବା ବେଳେ ଏହାକୁ ଖାଇବା ପାଇଁ ଭାଲୁଟି ଚଢି ଯାଇଥିଲେ । ଛୁଆ ଭାଲୁଟି ଗଛରୁ ଖସି ପାଖରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିଥିବା ୧୧ କେଭି ଲାଇନ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି । ସକାଳୁ ଅଞ୍ଚଳବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ କର୍ମଚାରୀ ପହଞ୍ଚି ତଦନ୍ତ କରିବା ସହ ଭାଲୁଟିର ଶବ ତଳକୁ ଆଣି ବ୍ୟବଚ୍ଛେଦ ପାଇଁ ପଠାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.