PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଗାଁକୁ ପଶିଲେ ମା ଓ ଛୁଆ ଭାଲୁ, ଲୋକେ ଆତଙ୍କିତ

ନୂଆପଡ଼ା ୨୯।୯(ଆପ୍ର): ସଦର ବ୍ଳକ ଗୋଡଫୁଲା ଗାଁର ଅଧିକ ମାଝୀଙ୍କ ଘର ବାଡିକୁ ମା ଓ ଛୁଆ ଭାଲୁ ପଶିଥିଲେ । ଏବେ ଦୁଇ ଭାଲୁ ଗାଁ ମୁଣ୍ଡରେ ଆତଙ୍କ ଖେଲାଉଛନ୍ତି । ଆଜି ସକାଳେ ସଦର ବ୍ଳକ ଗୋଡଫୁଲା ଗାଁକୁ ମା ଓ ଛୁଆ ଭାଲୁ ଆସିଥିଲେ । ଗାଁ ମୁଣ୍ଡ ବୁଦା ଭିତରେ ୯ ଘଣ୍ଟା ଧରି ରହିଥିଲେ । ଅପରାହ୍ନ ୩ ଟାରେ ଗାଁର ଅଧିକ ମାଝୀଙ୍କ ବାଡିକୁ ପଶି ଯାଇଥିଲେ । ସେଠାରେ ୨ ଘଣ୍ଟା ରହିବା ପରେ ବାଡିରୁ ବାହାରିଥିଲେ । ଏବେ ଗାଁ ମୁଣ୍ଡରେ ଦୁଇ ଭାଲୁ ଆତଙ୍କ ଖେଳାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗାଁ ନିକଟ ସାଲିହା ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଦୁଇ ଭାଲୁ ଗାଁକୁ ପଶିଥିବା ଲୋକେ କହୁଛନ୍ତି ।

ସମ୍ବନ୍ଧିତ ଖବର