ମାଲକାନଗିରି /ମାଥିଲି, ୫/୮ (ଆପ୍ର ) : ବଣୁଆ ପଶୁଙ୍କୁ ଶିକାର କରିବା ଲକ୍ଷ୍ୟରେ କିଛି ଶିକାରୀ ଜଙ୍ଗଲରେ ଜାଲ ଫାସ ପକାଇ ଥିଲେ। ସୋମବାର ରାତ୍ରରେ ସେହି ଜାଲ ଫାସ ରେ ପଡ଼ିଥିବା ଦୁଇଟି ଭାଲୁକୁ ମାଥିଲି ବନ ରେଞ୍ଜ ବିଭାଗ ଉଦ୍ଧାର କରି ଜଙ୍ଗଲ ରେ ଛାଡିଦେଇଛନ୍ତି।
ମାଲକାନଗିରି ଜିଲ୍ଲା ମାଥିଲି ରେଞ୍ଜ ବୁରୁଡିଗୁଡ଼ା ଜଙ୍ଗଲରେ ମାଥିଲି ରେଞ୍ଜ ବନ କର୍ମଚାରୀ ମାନେ ନିୟମିତ ପାଦ ପାଟ୍ରୋଲିଂ ସମୟରେ କ୍ଷେତ୍ର କର୍ମଚାରୀମାନେ ମା’ ଓ ଗୋଟିଏ ଛୁଆ ଏକ ଜାଲ ଫାଶରେ ଫସି ରହିଥିବା ଦେଖିଥିଲେ। ଏହି ସୂଚନା ପାଇବା ପରେ, ମାଥିଲି ରେଞ୍ଜ କ୍ଷେତ୍ର କର୍ମଚାରୀ, ରାପିଡ୍ ରେସପନ୍ସ ଟିମ୍ ସହିତ ତୁରନ୍ତ ଏକ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ କରିବା ପାଇଁ ସ୍ଥାନରେ ପହଞ୍ଚିଥିଲେ। ମା’ ଓ ଛୁଆ ଭାଲୁ ଉଭୟଙ୍କୁ ସତର୍କତାର ସହିତ ଫାଶରୁ ମୁକ୍ତ କରିବାରେ ସଫଳ ହୋଇଥିଲେ । ଉଦ୍ଧାର ଭାଲୁ ଦୁଇଟିଙ୍କୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଥିଲେ। ଜଙ୍ଗଲ ପ୍ରାଣୀସମ୍ପଦଙ୍କ ଗତିବିଧି ଉପରେ ନିରନ୍ତର ନଜର ରଖିବା ପାଇଁ ବନ ବିଭାଗ ଟିମ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି ବୋଲି ମାଲକାନଗିରି ବନ ବିଭାଗ ଡିଭିଜନ ସହକାରି ବନ ସଂରକ୍ଷକ ମୁନସୁନ ଖେମୁଣ୍ଡୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।