ମୋଦି ଓ ରାଜନାଥଙ୍କୁ ଓଓ୍ବେସୀଙ୍କ ପ୍ରଶ୍ନ: କ’ଣ ପୁଲଓ୍ବାମା ଆକ୍ରମଣ ବେଳେ ବିଫ୍ ବିରିୟାନୀ ଖାଇ ଶୋଇପଡିଥିଲେ?

ନୂଆଦିଲ୍ଲୀ,୨୪।୩: ଅଲ୍ ଇଣ୍ଡିଆ ମଜଲିସ୍-ଇ-ଇତେହାଦୁଲ ମୁସଲିମିନ୍(ଏଆଇଏମଆଇଏମ୍) ମୁଖ୍ୟ ଅସଦୁଦ୍ଦିନ୍ ଓଓ୍ବେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ପୁଲଓ୍ବାମ ଆକ୍ରମଣ ଘଟଣା ନେଇ ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି ପୁଲଓ୍ବାମା ଆକ୍ରମଣ ସମୟରେ ଦୁହେଁ ବିଫ୍(ଗୋମାସଂ)ବିରିୟାନୀ ଖାଇକି ଶୋଇଥିଲେ କି? ଓଓ୍ବେସୀ ଏକ ସମାଚାର ଏଜେନ୍ସିକୁ ସାକ୍ଷାତକାର ଦେଇ ଏହା କହିଛନ୍ତି।ସେ କହିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଥିଲେ ବାଲକୋଟରେ ଭାରତୀୟ ବାୟୁସେନାର ଆକ୍ରମରରେ ୨୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାପରେ ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଏନଟିଆରପି ଘଟଣାସ୍ଥଳରେ ୩୦୦ ଟି ମୋବାଇଲ ସକ୍ରିୟ ଥିବା ନେଇ କହିଥିଲା। ମୋଦି ସରକାରଙ୍କୁ ବାଲକୋଟରେ ଆତଙ୍କୀ ଶିବିରରେ ୩୦୦ଟି ମୋବାଇଲ ଫୋନ୍ ଦେଖାଗଲା କିନ୍ତୁ ତାଙ୍କ ନାକ ତଳେ ଦିଲ୍ଲୀ ବାଟଦେଇ ପୁଲଓ୍ବାମା ଆକ୍ରମଣ ପାଇଁ ବ୍ୟବହାର କରାଯାଇଥିବା ୫୦ କିଲୋ ଆରଡିଏକ୍ସ ଦେଖାଗଲାନି।
ଆମର ୪୦ ଯବାନ ଶହୀଦ ହୋଇଗଲେ, ତା’ର କିଛି ହିସାବ ନାହିଁ କିନ୍ତୁ ତାଙ୍କ ଆତଙ୍କୀ ଶିବିରକୁ ଧ୍ବଂସ କରିବା ବେଳେ ୩୦୦ ମୋବାଇଲ ସକ୍ରିୟ ଥିଲା ତାହା କହୁଛନ୍ତି। ଏସବୁ ଘଟଣା ଘଟିବା ବେଳେ କ’ଣ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଦୁହେଁ ବିଫ୍ ବିରିୟାନୀ ଖାଇକି ଶୋଇପଡିଥିଲେ?ଉଲ୍ଲେଖନୀୟ ଯେ, ଓଓ୍ବେସୀ ହାଇଦ୍ରାବାଦରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି। ସେ ଏହି ପ୍ରସଙ୍ଗ ନେଇ କହିଛନ୍ତି ମୋର ଲଢେଇ ସେହି ଶକ୍ତିମାନଙ୍କ ସହ ଯେଉଁମାନେ ଦେଶରେ ଭାଇଚାରା ଓ ଧର୍ମନିରପେକ୍ଷତାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି।