ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ନୂଆପଡ଼ା, ୧୯/୦୩ : ଭାଲୁ ଆକ୍ରମଣରେ ଯୁବକ ଗୁରୁତର। ନୂଆପଡ଼ା ରେଞ୍ଜ୍ ଦର୍ଲ୍ଲିମୁଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି। ଗୁରୁତର ଯୁବକ ଜଣଙ୍କ ହେଲେ ମହେଶ ରାଉତ। ତାଙ୍କୁ ନୂଆପଡ଼ା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ନୂଆପଡ଼ା ରେଞ୍ଜ୍ ଦର୍ଲ୍ଲିମୁଣ୍ଡା ଗ୍ରାମର ମହେଶ ସକାଳୁ ମହୁଲ ସଂଗ୍ରହ କରିବା ପାଇଁ ବିଲକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଦୁଇ ଭାଲୁ ଆକ୍ରମଣ କରିଥିଲା। ମହେଶଙ୍କ ବାପା ଓ ଅନ୍ୟମାନେ ରଡି ଛାଡିବାରୁ ମା ଓ ଛୁଆ ଭାଲୁ ଜଙ୍ଗଲ ମୁହାଁ ହୋଇଥିଲେ। ମହେଶଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ଡାହାଣ ଗୋଡ, ହାତ ଓ ମୁହଁରେ କ୍ଷତ ହୋଇଛି।