ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

‘ଟ୍ରିପଲ ଏକ୍ସ’ ୱେବ୍ ସିରିଜ୍ : ଏକତା-ଶୋଭା କପୁରଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି, ହୋଇପାରନ୍ତି ଗିରଫ

ବେଗୁସରାୟ,୨୮।୯: ଦେଶର ଜଣାଶୁଣା ପିଲ୍ମ ନିର୍ମାତା ଏକତା କପୁର ଓ ଶୋଭା କପୁରଙ୍କ ଅଡୁଆ ବଢିବାକୁ ଯାଉଛି। ଦୁହିଁଙ୍କ ବିରୋଧରେ ବିହାରର ଏକ କୋର୍ଟ ଗିରଫ କରିବା ନେଇ ଓ୍ବାରେଣ୍ଟ ଜାରି କରିଛନ୍ତି। କୋର୍ଟଙ୍କ ଦ୍ବାରା ଏହି ଓ୍ବାରେଣ୍ଟ ଓ୍ବେବ୍‌ ସିରିଜ୍‌ ‘ଟ୍ରିପଲ ଏକ୍ସ’କୁ ନେଇ ଜାରି କରାଯାଇଛି। ଏହି ଓ୍ବେବ୍‌ ସିରିଜ୍‌ରେ ଦେଶର ସୈନିକଙ୍କ ପତ୍ନୀଙ୍କ ସେନା ୟୁନିଫର୍ମରେ ଆଉ ଜଣେ ବ୍ୟକ୍ତିଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିବାର ଦେଖିବାକୁ ମିଳିଛି। ବିହାରର ବେଗୁସରାୟରେ ରୁଜୁ କରାଯାଇଥିବା ଏହି ମାମଲାରେ ଏବେ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଛି।

ଏହି ଓ୍ବେବ ସିରିଜ୍‌କୁ ସେନାର ଅପମାନ ବୋଲି ମାନିବା ସହିତ ବେଗୁସରାୟର କୋର୍ଟ ଏକ ମାମଲା ଗତ ବର୍ଷ ୨୦୨୧ ରେ ରୁଜୁ କରାଯାଇଥିଲା। ଏହି ମାମଲା ନେଇ କୋର୍ଟ ଏକତା କପୁର ଓ ଶୋଭା କପୁରଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି। ବେଗୁସରାୟର ଆଇନଜୀବି ଋଷିକେଶ ପାଠକ ପୁରା ମାମଲାର ସୂଚନା ଦେଇ କହିଛନ୍ତି, ଓ୍ବେବ ସିରିଜ୍‌ କମ୍ପାନୀର ନିର୍ମାତା ଏକତା କପୁର ଓ ଶୋଭା କପୁରଙ୍କ ଦ୍ବାରା ଏକ ନିମ୍ନମାନର ଓ୍ବେବ୍ ସିରିଜ୍‌ ପୋର୍ଟାଲରେ ଦିଆଯାଇଛି। ଏହା ଦ୍ବାରା  ଭାରତୀୟ ସୈନିକଙ୍କୁ ଅପମାନିତ କରାଯାଇଛି।

{"id":470999,"width":1040,"height":585,"sizeSlug":"large","linkDestination":"none"}

ଭାରତୀୟ ସେନୖକି ଯେଉଁମାନେ ଦେଶର ରକ୍ଷା କରନ୍ତି, ତାଙ୍କ କାରଣରୁ ଆମେ ସୁରକ୍ଷିତ ରହିଥାଉଳ ଯେବେଳେ ସେମାନେ ଡ୍ୟୁଟିରେ ମୁତୟନ ଥାଆନ୍ତି ସେତେବେଳେ ତାଙ୍କ ପତ୍ନୀ ନିଜର ସାଙ୍ଗଙ୍କୁ ଡାକି ସେନା ପୋଷାକ ପିନ୍ଧାଇବା ପରେ ଶାରିରୀକ ସମ୍ପର୍କ ରଖନ୍ତି। ଏହି ଓ୍ବେବ ସିରିଜ୍‌ରେ ବିବାଦୀୟ ଦୃଶ୍ୟ କାରଣରୁ ବିଭିନ୍ନ ଜିଲ୍ଲାରେ ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏନେଇ ବେଗୁସରାୟରେ ମଧ୍ୟ ପୂର୍ବତନ ସୈନିକ ପ୍ରକୋଷ୍ଟର ଶମ୍ଭୁ କୁମାର ବେଗୁସରାୟକ କୋର୍ଟରେ ମାମଲା ରୁଜୁ କରିଥିଲେ।

Copyright © 2022 - Summa Real Media Private Limited. All Rights Reserved.