ହକି ବିଶ୍ବକପ୍ ୨୦୨୩: ନ୍ୟୁଜିଲାଣ୍ଡକୁ ହରାଇ ସେମି ଫାଇନାଲରେ ବେଲଜିୟମ

ଭୁବନେଶ୍ବର ୨୪/ ୦୧: ହକି ବିଶ୍ବକପ୍ ୨୦୨୩ରେ ମଙ୍ଗଳବାର ଖେଳାଯାଇଥିବା ଦ୍ବିତୀୟ ମୁକାବିଲାରେ ବିଜୟୀ ହୋଇଛି ବେଲଜିୟମ । ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ହରାଇ ସେମି-ଫାଇନାଲରେ ପ୍ରବେଶ କରିଛି ଦଳ । ବେଲଜିୟମ ଠାରୁ ଅପେକ୍ଷାକୃତ ଦୁର୍ବଳ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲେ ସୁଦ୍ଧା ଲଢୁଆ ପ୍ରଦର୍ଶନ କରିଛି । ପ୍ରଥମାର୍ଦ୍ଧରେ ପ୍ରଥମ କ୍ବାର୍ଟର ଏବଂ ଦ୍ବିତୀୟ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍ ହୋଇଥିବା ବେଳେ ଦ୍ବିତୀୟାର୍ଦ୍ଧର ତୃତୀୟ କ୍ବାର୍ଟର୍ ଏବଂ ୪ର୍ଥ କ୍ବାର୍ଟର ଗୋଲ୍ ଶୂନ୍ୟ ରହିଥିଲା । ବେଲଜିୟମ ପକ୍ଷରୁ ବୁନ୍ ଟମ୍ ୧୦ମ ମିନିଟରେ ଗୋଟିଏ ଗୋଲ୍ କରିବାକୁ ସକ୍ଷମ ହୋଇଥିଲେ । ସେହିଭଳି ୧୫ତମ ମିନିଟରେ ଭାନ୍ ଆଉବେଲ୍ ଫ୍ଲୋରେଣ୍ଟ ୨ୟ ତଥା ଅନ୍ତିମ ଗୋଲ୍ କରିଥିଲେ ।
Belgium marches on to the Semi-finals of FIH Odisha Hockey Men’s World Cup 2023 Bhubaneswar-Rourkela.
— Hockey India (@TheHockeyIndia) January 24, 2023
🇧🇪BEL 2-0 NZL🇳🇿#IndiaKaGame #HockeyIndia #HWC2023 #HockeyWorldCup #BELvsNZL @CMO_Odisha @sports_odisha @IndiaSports @Media_SAI @hockeybe @BlackSticks pic.twitter.com/NMUU7AgqRa