PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଏଣିକି ମାର୍କେଟରେ ୧୨ ହଜାର ଟଙ୍କା ତଳକୁ ମିଳିବନି ଚାଇନିଜ୍ ସ୍ମାର୍ଟଫୋନ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ ୮/୮: ଏଣିକି ମାର୍କେଟରେ ମିଳିବନି ଶସ୍ତା ସ୍ମାର୍ଟଫୋନ୍ । ଏଣିକି ଯଦି ଆପଣ ବଜେଟ୍ ଫୋନ୍ କିଣିବା ପାଇଁ ମାର୍କେଟ୍ ଯିବେ ତେବେ ଆପଣଙ୍କୁ ଚାଇନିଜ୍ କମ୍ପାନୀର କୌଣସି ବି ଫୋନ୍ ମିଳିବନି । ଏହା ବଦଳରେ ଆପଣଙ୍କୁ ଲାଭା(Lava) ବା ମାଇକ୍ରୋମ୍ୟାକ୍ସ(MicroMax) ଭଳି ଭାରତୀୟ କମ୍ପାନୀର ସ୍ମାର୍ଟଫୋନ୍ ମିଳିବ । ଏହାର କାରଣ ହେଉଛି ସରକାର ୧୨ ହଜାର ଟଙ୍କା ତଳକୁ ଆସୁଥିବା ଚାଇନିଜ୍ ସ୍ମାର୍ଟଫୋନକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି । ଭାରତ ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ ମୋବାଇଲ ମାର୍କେଟ କିନ୍ତୁ ଦେଶରେ ଚୀନ କମ୍ପାନୀମାନଙ୍କ ଦବଦବା ରହିଛି । ଏପରିକି ଭାରତରେ ଅନେକ ଭାରତୀୟ କମ୍ପାନୀମାନଙ୍କୁ ବନ୍ଦ କରିଦେଇଛି ଚାଇନା । ଗ୍ରାହକଙ୍କୁ ଚାଇନିଜ୍ ଫୋନ୍ ଅଧିକ ପସନ୍ଦ ଆସୁଛି । କିନ୍ତୁ ଏବେ ସରକାର ଘରୋଇ କମ୍ପାନୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଚାହୁଁଛନ୍ତି । ତେଣୁ ବଜେଟ୍ ଫୋନ୍ ସେଗମେଣ୍ଟରେ ଦେଶୀ ସ୍ମାର୍ଟଫୋନ୍ସ ଉପରେ ଯେପରି ସମସ୍ତଙ୍କ ଫୋକସ୍ ରହିବ ସେଥିପାଇଁ ପ୍ରସ୍ତୁତି ଚାଲିଛି । ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ଚୀନର କମ୍ପାନୀମାନଙ୍କୁ ୧୨ ହଜାର ଟଙ୍କା ତଳକୁ ସ୍ମାର୍ଟଫୋନ୍ ବିକିବା ପାଇଁ ଏଣିକି ରୋକାଯିବ । ସେଥିପାଇଁ ପ୍ରସ୍ତୁତି ଚାଲିଛି ।  

ଯଦି ଏମିତି ହେବ ତେବେ ସାଓମି ଭଳି ଚାଇନିଜ୍ କମ୍ପାନୀମାନଙ୍କୁ ବଡ ଝଟକା ଲାଗିବ । ବଜେଟ୍ ଫୋନ ବିକ୍ରିରେ ବଡ ଯୋଗଦାନ ଦେଉଛି ଏହି କମ୍ପାନୀ । ଜୁନ୍ ୨୦୨୨ରେ ଭାରତରେ ବିକ୍ରି ହୋଇଥିବା ସମୁଦାୟ ସ୍ମାର୍ଟଫୋନ୍ସ ମଧ୍ୟରୁ ୧୨ ହଜାର ଟଙ୍କା କମ୍ ଦାମର ମୋବାଇଲ୍ ଏହାର ଏକ ତୃତୀୟାଂଶ ଥିଲା । ଏଥି ମଧ୍ୟରୁ ଚାଇନିଜ୍ ଫୋନ୍ ଥିଲା ୮୦ ପ୍ରତିଶତ । ତେବେ ସରକାର ଏନେଇ କିଛି ନୀତି ଘୋଷଣା କରିବେ କିମ୍ବା ଅନଅଫିସିଆଲ୍ ଏନେଇ କମ୍ପାନୀମାନଙ୍କୁ ଜଣାଯିବ ସେନେଇ କିଛି ସ୍ପଷ୍ଟ ହୋଇନି । ଭାରତରେ ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀମାନଙ୍କ ଉପରେ ଜାଣିଶୁଣି କ୍ଷତି ଦର୍ଶାଇବା, ଟ୍ୟାକ୍ସ ଚୋରି କରିବା ଅଭିଯୋଗ ରହିଛି । ସରକାରଙ୍କ ଅନେକ ଏଜେନ୍ସି ସେମାନଙ୍କ ବିରୁଦ୍ଧରେ ଯାଞ୍ଚ କରୁଛନ୍ତି । ଏଥିରେ ସାଓମି, ଓପୋ, ଭିଭୋ ସାମିଲ ।

ସରକାରଙ୍କ ଏହି ପଦକ୍ଷେପରେ ଆପଲ ଏବଂ ସାମସଙ୍ଗ ଭଳି କମ୍ପାନୀମାନଙ୍କ ଉପରେ ପ୍ରଭାବ ପଡିବନି । ଏହାର କାରଣ ଏହି କମ୍ପାନୀମାନେ ମହଙ୍ଗା ସ୍ମାର୍ଟଫୋନ୍ ବିକନ୍ତି । ଏନେଇ ସାଓମି, ରିୟଲମିର ପ୍ରତିନିଧି କୌଣସି ଜବାବ ଦେଇନାହାଁନ୍ତି । ଅନ୍ୟପଟେ ଟେକ୍ନୋଲୋଜି ମିନିଷ୍ଟ୍ରି ତରଫରୁ ମଧ୍ୟ କୌଣସି ଜବାବ ଆସିନି । ଦିନ ଥିଲା ଲାଭା ଏବଂ ମାଇକ୍ରୋମ୍ୟାକ୍ସ ଭଳି ଘରୋଇ କମ୍ପାନୀମାନେ ଭାରତର ସ୍ମାର୍ଟଫୋନ୍ ମାର୍କେଟରେ ପ୍ରାୟ ଅଧା ଭାଗିଦାରୀ ଥିଲେ କିନ୍ତୁ ଚାଇନିଜ୍ ସ୍ମାର୍ଟଫୋନ୍ ବହୁତ ଶସ୍ତାରେ ଅନେକ ଫିଚର୍ସ ସହିତ ଆସିବା ପରେ ଏମାନଙ୍କ ଦୋକାନ ବନ୍ଦ ହୋଇଯାଇଥିଲା । ଦେଶର ମୋବାଇଲ ଫୋନ୍ ମାର୍କେଟରେ ଚାଇନିଜ୍ କମ୍ପାନୀମାନଙ୍କ ଦବଦବା ରହିଛି । ଏଥିରେ ସାଓମି, ଓପୋ, ଭିଭୋ, ହୁୱାୱେ ସାମିଲ । ଭାରତରେ ଏହି କମ୍ପାନୀମାନେ ୨ ହାତରେ କମାଉଛନ୍ତି କିନ୍ତୁ ଗୋଟିଏ ବି ପଇସାର ଟ୍ୟାକ୍ସ ଦେଉନାହାଁନ୍ତି । ଚାଇନିଜ୍ କମ୍ପାନୀମାନଙ୍କ ଉପରେ ଅଭିଯୋଗ ରହିଛି କି ସେମାନେ ନିଜ ଇନକମ୍ ସମ୍ପର୍କରେ ସୂଚନା ଦେଉନାହାଁନ୍ତି ଏବଂ ଭାରତୀୟ ବଜାରରେ ଘରୋଇ ଇଣ୍ଡଷ୍ଟ୍ରିକୁ ଧ୍ୱସଂ କରିବା ପାଇଁ ନିଜ ଦବଦବା ବ୍ୟବହାର କରୁଛନ୍ତି  ।