PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡରଙ୍କ ବଡ଼ ଖୁଲାସା, ୪ର୍ଥ ଟେଷ୍ଟରେ ଅଚାନକ କମିଗଲା ଇଲିଂଶ ଖେଳାଳିଙ୍କ ଓଜନ

Zee News

ନୂଆଦିଲ୍ଲୀ, ୯/ ୩: ସିରିଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ। ଏବେ ଦୁଇ ଦଳଙ୍କ ନଜର ଟି-୨୦ ସିରିଜ ଉପରେ। ଏସବୁ ମଧ୍ୟରେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ କରିଛନ୍ତି ବଡ଼ ଖୁଲାସା। ସେ କହିଛନ୍ତି ଯେ, ଅହମ୍ମଦାବାଦରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ତାଙ୍କର ଓ ତାଙ୍କ ସାଥୀ ଖେଳାଳିଙ୍କ ଓଜନ କମି ଯାଇଛି। କାରଣ ମ୍ୟାଚ୍‌ ପୂର୍ବରୁ ଷ୍ଟୋକ୍ସ ଓ ତାଙ୍କ ସାଥୀ ଖେଳାଳି ପେଟ ଜନିତ ରୋଗରେ ପୀଡ଼ିତ ଥିଲେ। ସୂଚନାଥାଉକି, ଟିମ୍‌ ଇଣ୍ଡିଆ ଅନ୍ତିମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳକୁ ଏକ ଇନିଂସ୍‌ ଓ ୨୫ ରନରେ ହରାଇ ସିରିଜକୁ ୩-୧ରେ ହାତେଇଥିଲା।

ଷ୍ଟୋକ୍ସ ଆହୁରି କହିଛନ୍ତି ଯେ, ଇଂଲଣ୍ଡ ଖେଳାଳି ସମ୍ପୂର୍ଣ୍ଣ ଇଂଲଣ୍ଡ ପାଇଁ ସମର୍ପିତ। କାରଣ ୪୧ଂ ସେଲିସିୟସ୍‌ ଖରାରେ ମଧ୍ୟ ଖେଳାଳି ମାନେ ଖେଳ ଜାରି ରଖିଥିଲେ। କିଛି ଖେଳାଳି ପେଟ ଜନିତ ରୋଗରେ ପୀଡ଼ିତ ରହିଥିବା ସତ୍ତ୍ବେ ଖେଳି ଥିଲେ। ସେ ଆହୁରି କହିଛନ୍ତି ଯେ, ଏକ ସପ୍ତାହ ମଧ୍ୟରେ ମୋର ଓଜନ ୫ କେଜି କମି ଯାଇଛି। ଡମ୍‌ ସିବଲୀଙ୍କର ୪ କିଲୋ ଓ ଜେମ୍ସ ଆଣ୍ଡରସନ୍‌ଙ୍କର ଓଜନ ତିନି କେଜି କମି ଯାଇଛି ବୋଲି ଷ୍ଟୋକ୍ସ କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ, ଜେକ ଲିଚ୍‌ ବୋଲିଂ ସ୍ପେଲ ମଧ୍ୟରେ ମଇଦାନ ଛାଡ଼ି ବାରମ୍ବାର ଯାଉଥିଲେ ଓ ଶୌଚାଳୟରେ ଅଧିକ ସମୟ ବିତାଇଥିଲେ ବୋଲି ଷ୍ଟୋକ୍ସ କହିଛନ୍ତି।