ଜାଣନ୍ତୁ ନୀଳବାଣର ଫୁଲଗଛର ଔଷଧୀୟ ଗୁଣ

ନୀଳବାଣ ଅର୍ଥାତ୍ ଆଲକାନ୍ନା ତିନକ୍ଟୋରିଆ ଏକ ଲାଭଦାୟକ ଔଷଧୀୟ ବୃକ୍ଷ। ଏହା ଆମ ଉତ୍ତମ ସ୍ବାସ୍ଥ୍ୟ ପାଇଁ କୈାଣସି ବରଦାନରୁ କମ୍ ନୁହେଁ। ଏହି ମଞ୍ଜିର ତେଲ ବ୍ୟବହାର କରିବା ଦ୍ବାରା ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ,ତ୍ବଚାର ରୁକ୍ଷପଣ ଦୂର ହୋଇଥାଏ, କାଛୁ କୁଣ୍ଡିଆରୁ ମୁକ୍ତି ମିଳିଥାଏ, ପେଟରେ ଜୀବାଣୁକୁ ମାରିଥାଏ, କିଡନିରେ ହୋଇଥିବା ଷ୍ଟୋନକୁ ଭଲ କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ।
ଏହା ବ୍ୟତୀତ ଆହୁରି ଅନେକ ସମସ୍ୟାକୁ ଦୂର କରିଥାଏ। ଖାସ୍ କରି ଏହା ବାଳ ପାଇଁ ବରଦାନ ହୋଇଥାଏ। ଯଦି ବାଳର ପ୍ରାକୃତିକ ରଙ୍ଗ ଚାହୁଁଥାନ୍ତି ତେବେ ଏହି ଉପାୟକୁ ନିଶ୍ଚୟ ଅବଲମ୍ବନ କରନ୍ତୁ। ଏଥିପାଇଁ ମେହେନ୍ଦୀରେ ଅଳ୍ପ ପାଣି ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଏଥିରେ ନୀଳବାଣ ପତ୍ର ପକାଇ ଫେଣ୍ଟି ଦିଅନ୍ତୁ। ଏବେ ଏହାକୁ ଗ୍ୟାସରେ ବସାଇ ଟିକେ ଗରମ କରି ନିଅନ୍ତୁ। ଏହା ଗରମ ହୋଇଯିବା ପରେ ଗ୍ୟାସ୍ ବନ୍ଦ କରି ଏହାକୁ ଥଣ୍ଡା କରି ନିଅନ୍ତୁ। ଏହା ଥଣ୍ଡା ହୋଇଗଲେ ଏହି ମିଶ୍ରଣକୁ ବାଳରେ ଲଗାନ୍ତୁ। ୨୦ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ। ଏହର ଫଳ ଆପଣ ନିଜେ ଜାଣି ପାରିବେ।
ଏହା ବ୍ୟତୀତ ଯଦି ଆପଣଙ୍କ ବାଳ ଅଧିକ ଝଡ଼ୁଥିବ ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଯଦି ଏହାକୁ ଦହି ସହ ମିଶାଇ ଲଗାଯାଏ ତେବେ ବାଳ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ୫୦ଗ୍ରାମ୍ ଦହିରେ ଚିମୁଟାଏ ହଳଦୀ ପାଉଡର,ଏକ ଗ୍ରାମ୍ ଗୋଲମରିଚ ପାଉଡର ଏବଂ ଅଳ୍ପ ନୀଳବାଣ ପତ୍ର ପକାଇ ସବୁକୁ ଫେଣ୍ଟି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ବାଳରେ ଲଗାନ୍ତୁ। ପାଖାପାଖି ୨୦ମିନିଟ୍ ପରେ ଅଳ୍ପ ନଖ ଉଷୁମ ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ। ଏହି ଘରୋଇ ଉପଚାରକୁ ସପ୍ତାହକୁ ଅତି କମରେ ଥରେ କରନ୍ତୁ।
ନୀଳବାଣ ବାଳ ବ୍ୟତୀତ ଜ୍ବର ଏବଂ ରକ୍ତଚାପ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏଥିରେ ପ୍ରାକୃତିକ ଉପାୟରେ ଥଣ୍ଡା କରୁଥିବା ଗୁଣ ରହିଥାଏ। ଯାହା ଜ୍ବରକୁ କମ୍ କରିବାରେ ଏବଂ ଜ୍ବର ଭଲ କରିବାରେ ସହାୟକ ହୋଇଥାଏ। ଯଦି ଜ୍ବର ବଢ଼ିଯାଇଥାଏ ତେବେ ନୀଳବାଣର ଚେରକୁ ବ୍ୟବହାର କରନ୍ତୁ,ଲାଭ ମିଳିବ।