ପ୍ରମୂଖ ଖବର
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଔଷଧୀୟ ଗୁଣରେ ଭରପୁର କେଶର, ଜାଣନ୍ତୁ ଏହାର ଚମତ୍କାରୀ ଗୁଣ

Published By : Anindita Ratha | October 4, 2024 12:37 PM

ନ୍ୟୁଟ୍ରିନିଷ୍ଟଙ୍କ ଅନୁସାରେ କେଶର ମହିଳାମାନଙ୍କ ପାଇଁ ଖୁବ୍‌ ସ୍ୱାସ୍ଥ୍ୟପ୍ରଦ । ଦୁଧ ସହ କେଶର ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ହିତକର । ଋତୁସ୍ରାବ ସମୟରେ ହେଉଥିବା ସମସ୍ୟାରୁ ଆରାମ ଦେବା ସହ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ କେଶରଯୁକ୍ତ ଦୁଗ୍ଧ । ସେହିପରି କେଶରଯୁକ୍ତ ଦୁଧ ଥକ୍କାପଣ ଓ ଚିନ୍ତାରୁ ମଧ୍ୟ ଦୂରେଇ ଥାଏ । ଫଳରେ ରାତିରେ ଭଲ ନିଦ ହୋଇଥାଏ । ଯଦି ଅଫିସର କୌଣସି ଚିନ୍ତା ଥାଏ, ତେବେ ଏହି ମିଶ୍ରଣ ପିଇବା ଦ୍ୱାରା ସୁଫଳ ମିଳିଥାଏ । କେଶର ଶରୀରକୁ ଗରମ କରିଥାଏ । ଫଳରେ ଶୀତଦିନେ ଥଣ୍ଡା ଓ ଜ୍ୱରଠାରୁ ଦୂରେଇ ରଖିଥାଏ । ସେଥିପାଇଁ ଶୀତଦିନେ କେଶରଯୁକ୍ତ ଦୁଗ୍ଧ ନିୟମିତ ପିଇପାରିବେ । 

୩୦ ବର୍ଷ ପରେ ମହିଳାଙ୍କଠାରେ ହାଡ଼ଜନିତ ସମସ୍ୟା ଆରମ୍ଭ ହୋଇଥାଏ । ତେଣୁ ୩୦ ବର୍ଷ ହେବା ପରେ ନିୟମିତ ରାତିରେ ଶୋଇବା ପୂର୍ବରୁ କେଶର-ଦୁଗ୍ଧ ପିଇବା ଦ୍ୱାରା ଗଣ୍ଠି ଦରଜ କମ୍‌ ରହିଥାଏ । ସେହିପରି ଗର୍ଭାବସ୍ଥାରେ କେଶରଯୁକ୍ତ ଦୁଗ୍ଧ ପିଇବା ଦ୍ୱାରା ସେହି ସମୟରେ ହେଉଥିବା ପେଟର ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ । ତା’ ସହ ପାଚନ କ୍ରିୟ।। ଠିକ୍‌ ରହିବା ସହ ଅନିଦ୍ରା ସମସ୍ୟା ଦୂର ହୋଇଥାଏ । ଦୁର୍ବଳତା ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଙ୍କ ତ୍ୱଚାରେ ଚମକ୍‌ ଆଣିବା ସହ ହୃଦୟକୁ ସୁସ୍ଥ ରଖିଥାଏ । ପ୍ରସ୍ତୁତି  ଦୁଗ୍ଧକୁ ଭଲ ଭାବେ ଫୁଟାଇ ନିଅନ୍ତୁ । ଏବେ ସେହି ଫୁଟା ହୋଇଥିବା ଦୁଗ୍ଧକୁ ଏକ ଗ୍ଲାସ୍‌ରେ ରଖି ସେଥିରେ ୭/୮ ପାଖୁଡା କେଶର ପକାନ୍ତୁ । ଯଦି ଆବଶ୍ୟକ ତେବେ ହାଲ୍‌କା ଚିନି ପକାଇପାରନ୍ତି । କିନ୍ତୁ ଚିନି ନ ପକାଇଲେ ଭଲ । ଗର୍ଭାବସ୍ଥାରେ  କେଶର ଡାଏଟ୍‌ରେ ସାମିଲ୍‌ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ଗରମ ଦିନେ ଏହାର ସେବନ କମ୍‌ କମ୍ବା ଆଦୌ ନ କରିବା ଭଲ । ଙ୍କ ଏଲର୍ଜି ହେବାର ସମ୍ଭାବନା ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.