ପ୍ରମୂଖ ଖବର
  • ଏସ୍ଆଇଆର ଲାଗି ନିର୍ବାଚନ ଆୟୋଗଙ୍କୁ ୨ ବର୍ଷ ସମୟ ମାଗିଲେ ପଶ୍ଚିମବଙ୍ଗ ସରକାର
  • ||
  • ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଙ୍କବିଜାରେ ବାଣ୍ଟିବେ ସୁଭଦ୍ରା କିସ୍ତି ଟଙ୍କା
  • ||
  • ଅଶାନ୍ତ ଶ୍ରୀକ୍ଷେତ୍ର, ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼
  • ||
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଏସ୍‌ଆଇଆର ଲାଗି ନିର୍ବାଚନ ଆୟୋଗଙ୍କୁ ୨ ବର୍ଷ ସମୟ ମାଗିଲେ ପଶ୍ଚିମବଙ୍ଗ ସରକାର

Published By : Tapas Panda | August 8, 2025 4:27 PM

କୋଲକାତା: ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ପ୍ରକ୍ରିୟା ସମାପ୍ତ ହୋଇଛି । ଏହା ପରେ ପଶ୍ଚିମବଙ୍ଗରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହା ସମ୍ଭବ ହୋଇପାରିବ ବୋଲି ମନେ ହେଉନାହିଁ ।  ସୂଚନା ଅନୁସାରେ, ବେଙ୍ଗଲ ସରକାର ଶୁକ୍ରବାର ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି । ସେହି ଚିଠିରେ, ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ କହିଛନ୍ତି ଯେ, ରାଜ୍ୟ ଏପର୍ଯ୍ୟନ୍ତ SIR ପାଇଁ ପ୍ରସ୍ତୁତ ନାହିଁ ।  ତେଣୁ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ କରାଯାଇପାରିବ ନାହିଁ । ଏଥିପାଇଁ ଅତି କମରେ ଦୁଇ ବର୍ଷ ସମୟ ଲାଗିବ । 

ନିକଟରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିର୍ବାଚନ କମିଶନଙ୍କୁ ଏକ ଚିଠି ଲେଖି ଜଣାଇଥିଲେ ଯେ, ପଶ୍ଚିମବଙ୍ଗ ଏସଆଇଆର ପାଇଁ ପ୍ରସ୍ତୁତ । କିନ୍ତୁ ଏବେ ସରକାର ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦାବିକୁ ଖଣ୍ଡନ କରିଛନ୍ତି ।  ମୁଖ୍ୟ ସଚିବ ନିର୍ବାଚନ ଆୟୋଗଙ୍କୁ ଚିଠି ପଠାଇ ରାଜ୍ୟର ସ୍ଥିତି ସ୍ପଷ୍ଟ କରିଛନ୍ତି । 

ସେ ସ୍ପଷ୍ଟ କରିଛନ୍ତି ଯେ, ସମୟ ଏପର୍ଯ୍ୟନ୍ତ ଆସିନାହିଁ । ଏହା ବ୍ୟତୀତ, ମୁଖ୍ୟ ସଚିବ ପନ୍ତ  ଦେଇଥିବା ଚିଠିରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କ ବିନା ଅନୁମତିରେ କାହିଁକି ଚିଠି ପଠାଇଲେ ବୋଲି ସେ ମଧ୍ୟ ପ୍ରଶ୍ନ କରିଛନ୍ତି । ସେପଟେ ମମତା ସରକାରଙ୍କ ଏଭଳି ପଦକ୍ଷେପ ବିରୋଧରେ ମତ ଦେଇଛି ବିଜେପି । 

ବିଜେପି ନେତା ସୁକାନ୍ତ ମଜୁମଦାର କହିଛନ୍ତି, ‘ସବୁକିଛି ବୁଝି ହେଉଛି । ସେମାନେ ଯେକୌଣସି ଉପାୟରେ SIRକୁ ବନ୍ଦ କରିବାକୁ ବ୍ୟାକୁଳ । କାରଣ, ଯଦି ଭୋଟର ତାଲିକାର ଏକ ବ୍ୟାପକ ସଂଶୋଧନ ହୁଏ, ତେବେ ରୋହିଙ୍ଗ୍ୟାଙ୍କ ଭୋଟରେ ଜିତିଥିବା ଏହି ସରକାର ହାରିଯିବ । ତଥାପି, ଦେଶର ସାର୍ବଭୌମତ୍ୱ ରକ୍ଷା ପାଇଁ କମିଶନ ନିଶ୍ଚିତ ଭାବରେ ପଦକ୍ଷେପ ନେବେ।’

ଅନ୍ୟପକ୍ଷରେ, ତୃଣମୂଳ କଂଗ୍ରେସ ମୁଖପାତ୍ର ଅରୂପ ଚକ୍ରବର୍ତ୍ତୀ ଦାବି କରିଛନ୍ତି, ‘ଏସଆଇଆର ସହିତ ଏକ ନାଟକ ଚାଲିଛି। ରାହୁଲ ଗାନ୍ଧୀ ତଥ୍ୟ ଦେଇ ଭୋଟ ଚୋରିର ପର୍ଦ୍ଦାଫାସ କରିଛନ୍ତି । ନିର୍ବାଚନ କମିଶନ ପ୍ରଥମେ ତାଙ୍କୁ ଉତ୍ତର ଦେବା ଉଚିତ।’ ତେବେ ଏସଆଇଆରକୁ ନେଇ ନିର୍ବାଚନ କମିଶନ ଏବଂ ବିରୋଧୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବୃଦ୍ଧି ପାଉଛି। ବିହାରରେ ଏସଆଇଆର ପର୍ଯ୍ୟାୟ ସମାପ୍ତ ହେବାର କିଛି ସମୟ ପରେ ଏହି ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.