ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ବେଙ୍ଗାଲୁର ହିଂସାବେଳେ ଭାରତର ଏକତା ଓ ଅଖଣ୍ଡତାର ଝଲକ୍‌- ମୁସଲ୍‌ମାନ୍‌ ଯୁବକ ମାନବ ଶୃଙ୍ଖଳ କରି ରକ୍ଷା କଲେ ହିନ୍ଦୁ ମନ୍ଦିର

ବେଙ୍ଗାଲୁର - ବେଙ୍ଗାଲୁର ହିଂସାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏକି ବିବାଦୀୟ ସୋସିଆଲ୍‌ ମିଡିଆ ପୋଷ୍ଟକୁ ନେଇ ଏଇ ହିଂସା ହୋଇଛି । ଏଥିରେ ୬୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି । ଜଣେ କଂଗ୍ରେସ ବିଧାୟକଙ୍କ ପୁତୁରା ସୋସିଆଲ୍‌ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେବା ପରେ ବେଙ୍ଗାଲୁରରେ ଏହି ହିଂସା ଦେଖା ଦେଇଥିଲା । ଏବେ ବେଙ୍ଗାଲୁରୁରୁ ଅନ୍ୟ ଏକ ଦୃଶ୍ୟ ଆସିଛି । ଏଥିରେ ମୁସଲମାନ୍‌ ଯୁବକମାନେ ଏକ ମନ୍ଦିର ଆଗରେ ମାନବ ଶୃଙ୍ଖଳ କରିବା ସହ ଏହି ମନ୍ଦିରକୁ ସୁରକ୍ଷା ଦେଧଥିବା ଦେଖିବା ପାଇଁ ମିଳିଛି ।

wp:html /wp:html

ସେସିଆଲ୍‌ ମିଡିଆରେ ଏହି ଭିଡିଓକୁ ଅନେକ ପସନ୍ଦ କରିବା ସହ ସେୟାର କରିଛନ୍ତି । ବେଙ୍ଗାଲୁରର ଫୁଲକେଶି ନଗରରେ ମଙ୍ଗଳାବାର ରାତିରେ ଭୟଙ୍କାର ହିଂସା ଦେଖାଦେଇଥିଲା । ହିଂସାତ୍ମକ ପ୍ରଦର୍ଶନ କରାଯିବା ସହ ପ୍ରଦର୍ଶନକାରୀମାନେ କଂଗ୍ରସ ଏମ୍‌ଏଲ୍ଏ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତୀଙ୍କ ବାସଭବନ ଏବଂ ଥାନା ଉପରେ ଆକ୍ରମଣ କରିଥିଲେ । ଏଥିରେ ୬୦ରୁ ଅଧିକ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି । ସେହିପରି ୧୧୪ରୁ ଅଧିକ ହିଂସାକାରୀଙ୍କୁ ପୁଲିସ ଗିରଫ କରିଛି । ହିଂସା ରୋକିବା ପାଇଁ ପୁଲିସ ପ୍ରଥମେ ଲାଠିଚାର୍ଜ କରିଥିଲା । ଏହାପରେ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ପରେ ହିଂସା ବଢୁଥିବା ଦେଖି ପୁଲିସ ଗୁଳି ଚଳାଇଥିଲା ।

ଏହି ହିଂସାକାଣ୍ଡ ଡିଜି ହଲ୍ଲି ଓ କେଜି ହଲ୍ଲି ପୋଲିସ ଷ୍ଟେସନ୍ ଅଞ୍ଚଳରେ ହୋଇଥିଲା। ଏବେ ସେଠାରେ କର୍ଫ୍ୟୁ ଲଗାଇ ଦିଆଯାଇଛି। ସେଭଳି ବେଙ୍ଗାଲୁରରେ ୧୪୪ ଧାରା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଟୁଇଟ୍ କରି ହିଂସାକାଣ୍ଡକୁ କଡା ନିନ୍ଦା କରିଛନତି। ସେ କହିଛନ୍ତି, ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଗଣମାଧ୍ୟମ କର୍ମୀ, ପୋଲିସ ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବା ଠିକ୍ ନୁହେଁ। ଆମେ ଏହାକୁ ବରଦାସ୍ତ କରିବୁ ନାହିଁ। ଲୋକମାନେ ଶାନ୍ତି ବଜାୟ ରଖନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.