ପ୍ରମୁଖ ଖବର
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ଶନିବାର ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର, ଫୁଲବାଣୀ, ବଲାଙ୍ଗୀର ଓ ବରଗଡ଼ରେ କ୍ୟାମ୍ପେନ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ଫ୍ଲାଏ ଓଭରରୁ ନୋଟ୍‌ ବର୍ଷା : ଟଙ୍କା ଗୋଟାଇବାକୁ ଲୋକଙ୍କର ପ୍ରବଳ ଭିଡ଼, ଅଜଣା ବ୍ୟକ୍ତିର ସନ୍ଧାନରେ ପୋଲିସ

ବେଙ୍ଗାଲୁର,୨୪।୧: ହଠାତ ଫ୍ଲାଏ ଓଭରରୁ ହେଲା ନୋଟ୍‌ ବର୍ଷା। ସମସ୍ତେ ହୋଇଗଲେ ଚକିତ। ଏତେ ଟଙ୍କା କୁଆଡୁ ଆସୁଛି। ହେଲେ ନୋଟ୍‌ ଉଡିବାର ଦେଖି ଲାଗି ଗଲା ଲୋକଙ୍କ ଗହଳି। ସମସ୍ତେ ନୋଟ୍‌ ଗୋଟାଇବାରେ ଲାଗିଥିଲେ। ଏଭଳି ଏକ ଘଟଣା କର୍ଣ୍ଣାଟକର ବେଙ୍ଗାଲୁରରେ ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ କେଆର ମାର୍କେଟର ଫ୍ଲାଏ ଓଭରରେ ଏହି ନୋଟ୍‌ ବର୍ଷା ହୋଇଛି। ଏହି ନୋଟକୁ ନେବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ ଲାଗିଯାଇଥିଲା। ଏପରିକି ସ୍ଥିତି ଏଭଳି ହୋଇଯାଇଥିଲା କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍‌ ହୋଇଯାଇଥିଲା। ତେବେ ବ୍ୟକ୍ତି ଜଣକ ଏଭଳି କାହିଁକି କରିଥିଲେ, ତାହା ଜଣାପଡିନାହିଁ। ଏନେଇ ଓ୍ବେଷ୍ଟର୍ଣ୍ଣ ଡିଭିଜନ୍‌ ପୋଲିସ ପାଖରେ ସୂଚନା ନାହିଁ। ପୋଲିସ ମାମଲାର ତଦନ୍ତ କରୁଛି।

wp:html /wp:html

ଭାଇରାଲ ଭିଡିଓରେ ଜଣେ ଅଜଣା ବ୍ୟକ୍ତି ୧୦ ଟଙ୍କାର ନୋଟ୍‌ ବିଡା ହାତରେ ନେଇକି ଆସିଥିଲେ। ତାଙ୍କ କାନ୍ଧରେ ଏକ ବ୍ୟାଗ୍ କାନ୍ଥ ଘଣ୍ଟା ଲଟକି ହୋଇ ରହିଥିଲା। ସେ ହାତରେ ନୋଟ୍‌ ନେଇ ଫ୍ଲାଇଓଭର ତଳକୁ ଫୋପାଡୁଥିବାର ଦେଖାଯାଉଛନ୍ତି। ଏହି ନୋଟ୍‌ ନେବାକୁ ସ୍ଥାନୀୟ ଲୋକ ଖୁବ୍ ଭିଡ ଜମାଇଥିଲେ। ପୋଲିସ ଏବେ ଏହି ବ୍ୟକ୍ତିଜଣଙ୍କର ସନ୍ଧାନରେ ରହିଛି।

ଉଲ୍ଲେଖନୀୟ ଯେ, ଏଭଳି ଏକ ଘଟଣା ମାସକ ପୂର୍ବେ ଗୁଜରାଟରେ ଦେଖିବାକୁ ମିଳିଥିଲା। ଗୁଜରାଟର ନଭସାରୀରେ ଗୁଜରାଟୀ ଲୋକଗାୟକ କୀର୍ତ୍ତିଦାନ ଗଢବିଙ୍କ ଦ୍ବାରା ଏକ ଭଜନ ପ୍ରସ୍ତୁତି ଦିଆଯାଇଥିଲା। ତାଙ୍କ ଉପରେ ଲୋକମାନେ ପ୍ରାୟ ୪୦-୫୦ ଲକ୍ଷ ଟଙ୍କାର ନଗଦ ନୋଟ୍‌ ବିଛାଇ ଦେଇଥିଲେ। କୁହାଯାଉଛି ଯେ, ସ୍ବାମୀ ବିବେକାନନ୍ଦ ନେତ୍ର ମନ୍ଦିର ଟ୍ରଷ୍ଟ ଦ୍ବାରା ଏକ ନୂଆ ନେତ୍ର  ହସ୍ପିଟାଲ ପାଇଁ ଟଙ୍କା ଏକାଠି କରିବା ଲକ୍ଷ୍ୟରେ କାଯ୍ୟକ୍ରମ ଆୟୋଜିତ କରାଯାଇଥିଲା, ଯେଉଁଥିରେ ଶତାଧିକ ଲୋକ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକ ଭଜନ ଗାୟକଙ୍କ ଉପରେ ୧୦ ଓ ୫୦୦ ଟଙ୍କିଆ ନୋଟ୍‌ ବର୍ଷା କରିଥିଲେ। ଗଢଭିଙ୍କ କହିବା ଅନୁସାରେ, ପୁରା କଲେକ୍ସନ ୫୦ ଲକ୍ଷ ଟଙ୍କାରୁ ଅଧିକ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.