PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଅପହରଣ କରି ଚଳନ୍ତା କାରରେ ମହିଳାଙ୍କୁ ଗଣଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: ଏକ ଚଳନ୍ତା କାରରେ ମହିଳାଙ୍କୁ ଗଣଦୁଷ୍କର୍ମ। ଏପରି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ସେଠାରେ ଏକ ପାର୍କରେ  ବସିଥିବା ଜଣେ ମହିଳାଙ୍କୁ ଅପହରଣ କରି ୪ଜଣ ଯୁବକ ଦୁଷ୍କର୍ମ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗରିଫ କରିଛି ।

ପୋଲିସ ସୂଚନା ମୁତାବକ, ମାର୍ଚ୍ଚ ୨୫ ତାରିଖ ରାତି ପ୍ରାୟ  ୧୦ଟା ବେଳେ ବେଙ୍ଗାଲୁରୁ କୋରାମଙ୍ଗଳା ଅଞ୍ଚଳରେ ଥିବା ନ୍ୟାସନାଲ ଗେମ୍ସ ଭିଲେଜ୍ ପାର୍କରେ ବସିଥିବା ଜଣେ ମହିଳାଙ୍କୁ ୪ଜଣ ଯୁବକ ଅପହରଣ କରି କାର୍ ଭିତରକୁ ନେଇଯାଇଥିଲେ । ପରେ ଚଳନ୍ତା କାର୍‌ରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ୨୬ ତାରିଖ ସକାଳେ ମହିଳାଙ୍କ ଘର ପାଖରେ ପୀଡ଼ିତାଙ୍କୁ ଛାଡ଼ି ଦେଇଥିଲେ ।  ଏହା ସହିତ ପୋଲିସକୁ କିଛି ନକହିବାକୁ ଧମକ ଦେଇଥିଲେ ଅଭିଯୁକ୍ତମାନେ । ପୋଲିସକୁ ଜଣାଇଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ମହିଳାଙ୍କୁ ଧମକ ଦେଇଥିଲେ ।   

ସ୍ଥାନୀୟ ଲୋକ ଏବାବଦରେ ଜାଣିବା ପରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି । ପରେ ନିକଟସ୍ଥ ଥାନରେ  ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ମମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗରିଫ କରି ପଚରାଉଚରା କରୁଛି । ସମସ୍ତ ଅଭିଯୁକ୍ତଙ୍କ ବୟସ ୨୩ରୁ ୨୪ ବର୍ଷ ମଧ୍ୟରେ ହେବ ।