PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ସମସ୍ତଙ୍କ ନିଦ ହଜେଇ ଦେବ ଏହି ଇଲେକ୍ଟ୍ରିକ୍ ସ୍କୁଟର ! ଖରାପ ହେଲେ ମଧ୍ୟ ଦୌଡିବ ୨୫ କି.ମି.

ନୂଆଦିଲ୍ଲୀ ୧୭/୮: ଗୁରୁଗ୍ରାମର ଇଲେକ୍ଟ୍ରିକ୍ ଗାଡି ମାନୁଫ୍ୟାକ୍ଚରିଂ କମ୍ପାନୀ ବେନଲିଂ ଇଣ୍ଡିଆ(Benling India) ଭାରତରେ ନୂଆ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ୍ କରିଛି । ଏହାକୁ ବିଲିଭ୍ ନାଁ ଦିଆଯାଇଛି । ସ୍କୁଟରର ଦାମ୍ ୯୭,୫୨୦ (ଏକ୍ସ-ଶୋରୁମ୍) ରଖାଯାଇଛି । କମ୍ପାନୀର କହିବାନୁସାରେ ଏହି ହାଇ ସ୍ପିଡ୍ ସ୍କୁଟରକୁ ଖାସ୍ କରି ଭାରତୀୟ ରାସ୍ତା ଅନୁସାରେ ଡିଜାଇନ୍ କରାଯାଇଛି । ସ୍କୁଟରର ଖାସ୍ ଫିଚର୍ସ ହେଉଛି ଏହାର ସ୍ମାର୍ଟ ବ୍ରେକଡାଉନ୍ ଆସିଷ୍ଟ ଫିଚର, ଯାହା ସୁନିଶ୍ଚିତ କରିଥାଏ କି ବ୍ରେକଡାଉନ୍ ସମୟରେ ଏହା ୨୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ।

ଏହି ସ୍କୁଟରକୁ ୬ କଲର ଅପ୍ସନ- ୟେଲୋ, ବ୍ଲୁ, ବ୍ଲାକ୍, ହ୍ୱାଇଟ୍, ପର୍ପଲ ଏବଂ ମ୍ୟାଜିକ୍ ଗ୍ରେରେ ଆଣିଛି କମ୍ପାନୀ । ସ୍କୁଟରକୁ କମ୍ପାନୀ ଶୋରୁମରୁ ୨୫ ଅଗଷ୍ଟରୁ କିଣିପାରିବେ ଗ୍ରାହକ । ଏଥିରେ ସ୍ୱାପେବଲ ବ୍ୟାଟେରୀ ପ୍ୟାକ୍ ସୁବିଧା ଦିଆଯାଇଛି । ଏହା ୩.୨ କିଲୋୱାଟ ୱାଟରପ୍ରୁଫ୍ BLDC ମୋଟରରୁ ପାୱର୍ଡ ଯାହାକି ଫୁଲ୍ ଚାର୍ଜରେ ୧୨୦ କିମି ଯାତ୍ରା କରିପାରିବ ।

ସ୍କୁଟରର ଟପ୍ ସ୍ପିଡ୍ ୭୫ କି.ମି ପ୍ରତି ଘଣ୍ଟା ଏବଂ ଏହାର ଓଜନ ୨୪୮ କିଲୋଗ୍ରାମ । ସ୍କୁଟରକୁ ଫୁଲ୍ ଚାର୍ଜ କରିବା ପାଇଁ ୪ ଘଣ୍ଟା ସମୟ ଲାଗିଥାଏ । ଫିଚର୍ସ କଥା କହିବା ତ ଏଥିରେ କିଲେସ୍ ଷ୍ଟାର୍ଟ, ମଲ୍ଟିପଲ ସ୍ପିଡ୍ ମୋଡ୍, ଆଣ୍ଟି-ଥେପ୍ଟ ଆଲାର୍ମ ଫିଚର, ରିଜନରେଟିଭ୍ ବ୍ରେକିଂ, ମୋବାଇଲ୍ ଆପ୍ କନେକ୍ଟିଭିଟି, ପାର୍କ ଆସିଷ୍ଟ ଫଙ୍କସନ୍, ମୋବାଇଲ୍ ଚାର୍ଜିଂ ଏବଂ ରିୟଲ ଟାଇମ୍ ଟ୍ରାକିଂ ଭଳି ସୁବିଧା ମିଳିବ ।

କମ୍ପାନୀ ସୂଚନା ଅନୁସାରେ ଏହା ୨୫୦ କିଲୋଗ୍ରାମର ଲୋଡ୍ କାପାସିଟ୍ ସହିତ ଏଥିରେ ବେଷ୍ଟ କ୍ଲାସ୍ ପରଫମାନ୍ସ ମିଳିବ । ବ୍ରେକିଂ ପାଇଁ ଏଥିରେ ଆଗରେ ଏବଂ ରିୟରରେ ଡିସ୍କ ବ୍ରେକ୍ ମିଳିବ । କମ୍ପାନୀ କିଛି ମାସରେ ସ୍କୁଟରର ସମୁଦାୟ ୩ ହଜାର ୟୁନିଟ୍ସ ଭାରତୀୟ ମାର୍କେଟରେ ଆଣିବା ପାଇଁ ପ୍ରସ୍ତୁତ ହେଉଛି । ତେବେ ନଭେମ୍ବର ସୁଦ୍ଧା ୯ ହଜାର ୟୁନିଟ୍ସ ଆଣିବ ବୋଲି ସୂଚନା ଦେଇଛି କମ୍ପାନୀ ।

ସମ୍ବନ୍ଧିତ ଖବର