ବ୍ରହ୍ମପୁର,୧୯/୦୫: ବ୍ରହ୍ମପୁରରେ ଯୁବକ ଓ ଯୁବତୀଙ୍କୁ ତଳେ ପକାଇ ମାଡ଼ ମରିବା ଘଟଣା। ବ୍ରହ୍ମପୁର ଟାଉନ୍ ଥାନରେ ଅଭିଯୋଗ ପରେ ପୁଲିସ ଛାନ୍‌ଭିନ୍। ଯୁବକଙ୍କୁ ଆକ୍ରମଣ ମାମଲାରେ ୫ ଅଭିଯୁକ୍ତଙ୍କ ନାଁ ମାମଲା ରୁଜୁ କଲା ପୁଲିସ। ଆକ୍ରମଣ କରିଥିବା ୫ ଅଭିଯୁକ୍ତ ପୁଲିସ ଚିହ୍ନଟ କରିଥିବା ଏସ୍‌ପି ଡା.ସରବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ଟାଉନ୍ ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ୍ ପ୍ରଧାନ ନେତୃତ୍ବ ଟିମ୍ ଗଠନ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

ଏସ୍‌ପି ଆହୁରି କହିଛନ୍ତି ଯେ,  ଆକ୍ରମଣ ଶୀକାର ହୋଇଥିବା ଯୁବକ ଉମେଶ ରଥ ଓ ତାଙ୍କ ବାନ୍ଧବୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ଚାଲି । ଉମେଶଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ବିଭିନ୍ନ ଅଙ୍ଗରେ କ୍ଷତ ଲାଗିଛି । ତେବେ ଆକ୍ରମଣର ଶୀକାର ଉମେଶ ରଥଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି। ଉମେଶଙ୍କ ନାଁରେ ବ୍ରହ୍ମପୁର ବିଭିନ୍ନ ଥାନାରେ ୧୫ଟି ଅପରାଧିକ ମାମଲା ରହିଛି। ସେ ସର୍ତ୍ତମୂଳକ ଜାମିନ୍‌ରେ ଅଛନ୍ତି।

ଅଧିକ ପଢ଼ନ୍ତୁ :-  Berhampur Crime: ଏନ୍‌କାଉଣ୍ଟର୍ ପରେ ବି ଡର ନାହିଁ... ଜନାକୀର୍ଣ୍ଣ ରାସ୍ତାରେ ଆତଙ୍କରାଜ, ଯୁବକ, ବାନ୍ଧବୀଙ୍କୁ ଘେରି ପିଟିଲେ ଦୁର୍ବୃତ୍ତ