ଡିସେମ୍ୱର-ଜାନୁଆରୀରେ ଏହି ସ୍ଥାନରେ ହୋଇଥାଏ ପ୍ରବଳ ତୁଷାରପାତ, ଝଟକିଥାଏ ସେଠାକାର ପ୍ରାକୃତିକ ପରିବେଶ

pic- internet
ନୂଆଦିଲ୍ଲୀ: ଶୀତ ଆସିଲେ ସମସ୍ତେ ତୁଷାରପାତ (ସ୍ନୋଫଲ) ଦେଖିବାକୁ ବିଭିନ୍ନ ସ୍ଥାନ ଭ୍ରମଣ କରିଥାନ୍ତି। ମୁଖ୍ୟତଃ କାଶ୍ମୀର ସମେତ ମନାଲୀ, ଡାର୍ଜଲିଂ ଓ ଅରୁଣାଚଳ ପ୍ରଦେଶ ଆଦି ସ୍ଥାନକୁ ବୁଲିବାକୁ ଯାଇଥାନ୍ତି। ପ୍ରାୟ ଡିସେମ୍ୱର ଓ ଜାନୁଆରୀ ମାସରେ ଅଧିକ ତୁଷାରପାତ ହୋଇଥାଏ।୨୦୨୨ ର ଶେଷ ମାସ ଆରମ୍ଭ ହେବାକୁ ଯାଉଛି। ଯଦି ଆପଣ ଏହି ସମୟରେ ତୁଷାରପାତ ଦେଖିବାକୁ ଚାହୁଁଛନ୍ତି, ତେବେ ଯାଆନ୍ତୁ ଏହିସବୁ ସ୍ଥାନ।

ମନାଲୀ: ହିମାଚଳ ପ୍ରଦେଶର ଏହି ସହର ପର୍ଯ୍ୟଟକଙ୍କ ପାଇଁ ଚମତ୍କାର ସ୍ଥାନ।ନଭେମ୍ୱର ମାସରେ ମନାଲୀରେ ତୁଷାରପାତ ଆରମ୍ଭ ହୋଇଥାଏ। ସ୍ଥାନୀୟ ଲୋକଙ୍କ ଅନୁସାରେ ଡିସେମ୍ୱର ଓ ଜାନୁଆରେ ମାସରେ ଅଧିକ ତୁଷାରପାତ ହୋଇଥାଏ।

ଧନୌଲ୍ଟି : ଦିହରୀ ଜିଲ୍ଲାର ଏହା ପ୍ରସିଦ୍ଧ ହିଲ ଷ୍ଟେସନ। ଧନୌଲ୍ଟି ରେ ଆପଣ ବରଫାବୃତ୍ତ ଅଞ୍ଚଳର ମଜା ନେଇପାରିବେ। ଡିସେମ୍ୱରରୁ ଫେବୃଆରୀ ମଧ୍ୟରେ ଆପଣ ଯେଉଁ ସମୟରେ ଚାହିଁଲେ ବି ଧନୌଲ୍ଟି ଯାଇପାରିବେ।

ଅମ୍ଲୋଡ଼ା : ଏଠାରେ ଆପଣ ବରଫରେ ଘୋଡ଼ାଇ ହୋଇଥିବା ହିମାଳୟ ଦେଖିବାକୁ ପାଇବେ। ଅମ୍ଲୋଡ଼ାର ପାଣିପାଗ ସାଧାରଣ ଭାବେ ଥଣ୍ଡା ରହିଥାଏ। ଏଠାରେ ତାପମାତ୍ରା ୫ ରୁ ୩୫ ଡିଗ୍ରୀ ମଧ୍ୟରେ ରହିଥାଏ। ସାଧାରଣ ଭାବେ ଡିସେମ୍ୱରରୁ ଫେବୃଆରୀ ମଧ୍ୟରେ ଏଠାରେ ତୁଷାରପାତ ହୋଇଥାଏ।

ଗୁଲମାର୍ଗ : ଡିସେମ୍ୱରରେ ଗୁଲମାର୍ଗ ଖୁବ୍ ଆକର୍ଷଣୀୟ ଦେଖାଯାଇଥାଏ। ତୁଷାରପାତର ମଜା ଯଦି ନେବାକୁ ଚାହୁଁଛନ୍ତି ତେବେ ଗୁଲମାର୍ଗ ସବୁଠାରୁ ଭଲ ସ୍ଥାନ। ଗୁଲମାର୍ଗରେ ଡିସେମ୍ୱର ପରେ ନ୍ୟୁନତମ ତାପମାତ୍ରା ୮ ଡିଗ୍ରୀ ସେଲ୍ସିୟସ ଯାଏ ତଳକୁ ଖସିଥାଏ।

ଓଲି : ଯଦି ଆପଣ ସ୍କିଙ୍ଗ କରିବାକୁ ଚାହୁଁଛନ୍ତି, ତେବେ ଓଲି ଯାଆନ୍ତୁ। ଓଲି ସ୍କିଙ୍ଗ ପାଇଁ ପ୍ରସିଦ୍ଧ ସ୍ଥାନ। ସାଧାରଣ ଭାବେ ଓଲିରେ ଡିସେମ୍ୱରରୁ ତୁଷାରପାତ ଆରମ୍ଭ ହୋଇ ମାର୍ଚ୍ଚ ମାସ ଯାଏ ହୋଇଥାଏ। ଏଠାରେ ଘାଟିରେ ପ୍ରାୟ ୪ ମାସ ଧରି ବରଫ ଚାଦରରେ ଘୋଡ଼େଇ ହୋଇ ରହିଥାଏ।

ତୱାଙ୍ଗ : ଏଠାରେ ବୁଲିବା ପାଇଁ ସବୁଠାରୁ ଭଲ ସମୟ ହେଉଛି ଡିସେମ୍ୱର। ତୱାଙ୍ଗରେ ତୁଷାରପାତର ମଜା ଭରପୁର ନେଇ ପାରିବେ।