ମଧ୍ୟପ୍ରଦେଶର ବେତୁଲରେ ୪ ଶହ ଫୁଟ ଗଭୀର ବୋରଓ୍ବେଲ୍ରେ ଖସି ପଡିଲା ପାଞ୍ଚ ବର୍ଷର ନିରୀହ ଶିଶୁ, ପ୍ରଶାସନର ଉଦ୍ଧାରକାର୍ଯ୍ୟ ଜାରି…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଏକ ଖୋଲା ବୋରୱେଲରେ ଏକ ପାଞ୍ଚ ବର୍ଷର ନିରୀହ ପିଲା ଖସି ପଡିଛି । ଏହି ଘଟଣା ଆଥନର୍ ଥାନା ଅଞ୍ଚଳର ମାଣ୍ଡଭି ଗାଁରେ ଘଟିଥିବା କୁହାଯାଉଛି । ପ୍ରାଥମିକ ସୂଚନା ଅନୁଯାୟୀ, ପିଲାଟି ଖେଳିବା ସମୟରେ ବୋରୱେଲରେ ଖସି ପଡିଥିବା କୁହାଯାଉଛି । ଏହି ଖୋଲା ବୋରୱେଲର ଗଭୀରତା ୪୦୦ ଫୁଟ ବୋଲି ଜଣାପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଂଚଳରେ ଆଲୋଡନ ଖେଳିଯାଇଛି । କଲେକ୍ଟରଙ୍କ ନିର୍ଦ୍ଦେଶକ୍ରମେ ଦୁଇଟି ଜେସିବି ଘଟଣାସ୍ଥଳକୁ ପଠାଯାଇଛି ।
ଏହାପୂର୍ବରୁ ଚଳିତ ବର୍ଷ ଜୁନ୍ ମାସରେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ପାଞ୍ଚ ବର୍ଷର ଶିଶୁ ଏକ ବୋରୱେଲରେ ଖସିପଡ଼ିଥିଲା । ସାତ ଘଣ୍ଟା ପରିଶ୍ରମ ପରେ ତାଙ୍କୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା । ଶିଶୁକୁ ଉଦ୍ଧାର ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଥିଲେ ।
ମଧ୍ୟପ୍ରଦେଶର ପଡୋଶୀ ରାଜ୍ୟ ଛତିଶଗଡର ଜାଞ୍ଜଗୀର ଚମ୍ପାରେ ଜୁନ୍ ମାସରେ ମଧ୍ୟ ଏକ ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତାଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା । ୧୦୪ ଘଣ୍ଟାର ଉଦ୍ଧାରକାର୍ଯ୍ୟ ପରେ ପିଲାଟି ଉଦ୍ଧାର ହୋଇଥିଲା ।