PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଦୁଇ ବର୍ଷରେ ନିପାତ ହୋଇଛନ୍ତି ୨୭ ଜଣ ମାଓବାଦୀ, ୧୩୧ ଗିରଫ

pic- internet

ରାଞ୍ଚି: ଝାଡ଼ଖଣ୍ଡରେ ୨୦୨୦ ଜାନୁଆରୀ ଠାରୁ ୨୦୨୨ ଅଗଷ୍ଟ ଭିତରେ ନିପାତ ହୋଇଛନ୍ତି ୨୭ ଜଣ ମାଓବାଦୀ। ଏହି ସମୟରେ ଏକ ହଜାର ୧୩୧ ମାଓବାଦୀ ଗିରଫ ହୋଇଛନ୍ତି। ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେ ଶୁକ୍ରବାର କହିଛନ୍ତି, ୨୦୨୦ରୁ ୨୦୨୨ ଅଗଷ୍ଟ ଭିତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ମୋଟ ୧୦୮ ଥର ସାମ୍ନାସାମ୍ନୀ ହୋଇଛନ୍ତି।

 ଏହି ସମୟରେ ୪୫ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।  ଅଧିକାରୀ ଜଣଙ୍କ କହିଛନ୍ତି ରାଜ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ହୋଇଥିବା ସୁରକ୍ଷା ସ୍ଥିତି ସମୀକ୍ଷା ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଥିଲା।