ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ବଡ଼ ବିଜୟ ହୋଇଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରେ ବିଜୟୀ ହୋଇଛନ୍ତି । ତେବେ ତାଙ୍କୁ ଗୋଟିଏ ଆସନ ଛାଡ଼ିବା ପାଇଁ ପଡ଼ିବ । ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ସେ ଭବାନୀପୁର ଏବଂ ନନ୍ଦିଗ୍ରାମ ଉଭୟ ଆସନରେ ବିଜୟୀ ହୋଇଛନ୍ତି । ଭବାନୀପୁରରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତାଙ୍କୁ ପରାସ୍ତ କରିଥିଲେ । ଏହାସହ ନନ୍ଦିଗ୍ରାମରେ ପବିତ୍ର କରଙ୍କୁ ପରାସ୍ତ କରିଛନ୍ତି ।

ନନ୍ଦିଗ୍ରାମ ଆସନ ପଶ୍ଚିମବଙ୍ଗ ରାଜନୀତିରେ ସବୁବେଳେ ଗେମ୍ ଚେଞ୍ଜର ହୋଇଥାଏ । ଏହି ଆସନରୁ ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମମତା । ତେବେ ଏଥର ଏହି ଆସନରେ ପବିତ୍ର କର ପ୍ରାର୍ଥୀ ହୋଇଥିବାବେଳେ ଶୁଭେନ୍ଦୁ ତାଙ୍କୁ ୯ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ପୂର୍ବ ନିର୍ବାଚନ ଅଥବା ୨୦୧୧ ନିର୍ବାଚନରେ ମମତା ଏହି ଆସନରେ ଶୁଭେନ୍ଦୁଙ୍କଠାରୁ ୨ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ । ତେବେ ନନ୍ଦିଗ୍ରାମରେ ଶୁଭେନ୍ଦୁ ନିଜର ଦବଦବା ଜାରି ରଖିଛନ୍ତି ।

ସେପଟେ ଚଳିତ ନିର୍ବାଚନରେ ଭବାନୀପୁରରେ ୧୫ ହଜାରୁ ଅଧିକ ଭୋଟରେ ମମତାଙ୍କୁ ପରାସ୍ତ କରିଛନ୍ତି ଶୁଭେନ୍ଦୁ । ୨୦୧୧ ନିର୍ବାଚନରେ ମମତା ନନ୍ଦିଗ୍ରାମରୁ ହାରିବା ପରେ ଭବାନୀପୁରରୁ ଉପନିର୍ବାଚନରେ ଜିତିଥିଲେ । ମାତ୍ର ଏଥର ଏହି ଆସନରୁ ହାରିଥିବାବେଳେ ଶୁଭେନ୍ଦୁ ଜିତିଛନ୍ତି । ଏଣୁ ସେ ଏହି ଆସନରେ ଛାଡ଼ିବେ ନା ୯ ହଜାର ଭୋଟରେ ଜିତିଥିବା ନନ୍ଦିଗ୍ରାମ ଆସନରେ ଛାଡ଼ିବେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଅନ୍ୟପଟେ କୁହାଯାଉଛି କି,ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନ ଛାଡି ଭବାନୀପୁରର ବିଧାୟକ ରହିପାରନ୍ତି ବୋଲି ସମ୍ଭାବନା ରହିଛି। ପ୍ରକୃତରେ, ଶୁଭେନ୍ଦୁ ଟିଏମସିର ଏକ ଗଡ଼ରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ, ଏବଂ ପ୍ରକୃତରେ ନନ୍ଦିଗ୍ରାମ ଅପେକ୍ଷା ଭବାନୀପୁରରେ ଅଧିକ ଭୋଟରେ ଜିତିଥିଲେ। ତଥାପି, ସମ୍ପୂର୍ଣ୍ଣ ଚିତ୍ର ସେତେବେଳେ ସ୍ପଷ୍ଟ ହେବ ଯେତେବେଳେଶୁଭେନ୍ଦୁ ଅଧିକାରୀନିଜେ ସ୍ପଷ୍ଟ କରିବେ ଯେ ସେ କେଉଁ ଆସନ ବଜାୟ ରଖିବେ।

ଏହାସହ ପଢ଼ନ୍ତୁ : ବଙ୍ଗଳାରେ ରୂପା ଗାଙ୍ଗୁଲୀଙ୍କୁ ବଡ଼ ଦାୟିତ୍ୱ ଦେଇ ପାରେ ବିଜେପି