ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ପ୍ରଧାନ ଆଚାର୍ଯ୍ୟଙ୍କ ଦୁର୍ବ୍ୟବହାର ଅଭିଯୋଗ, ଧାରଣାରେ ବସିଲେ ୬୦ରୁ ଉର୍ଦ୍ଧ୍ଵ ଗୁରୁଜୀ ଗୁରୁମା

Published By : Rasmita Pradhan | June 23, 2025 10:27 AM

ଭଦ୍ରକ, ୨୩/୦୬ : ଭଦ୍ରକ ସହରସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ଗୁରୁମାମାନଙ୍କୁ ଦୁର୍ବ୍ୟବହାର କରିବା ସହ ଅଶୋଭନୀୟ କଥା କହୁଛନ୍ତି ପ୍ରଧାନ ଆଚାର୍ଯ୍ୟ। ବିୟୁଟି ପାର୍ଲର ଯାଇ ବେଶ ହୋଇ ଆସିବାକୁ କହୁଛନ୍ତି ହେଡ୍ ସାର୍। ଅତିଷ୍ଠ ହୋଇ ପ୍ରଧାନ ଆଚାର୍ଯ୍ୟଙ୍କ ବଦଳି ଦାବିରେ ଧାରଣାରେ ବସିଲେ ୬୦ରୁ ଉର୍ଦ୍ଧ୍ଵ ଗୁରୁଜୀ ଗୁରୁମା। 

ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିଛି। ଭଦ୍ରକ ସହରସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଖୋଲିବା ପୂର୍ବରୁ ଆଜି ସ୍କୁଲର ସମସ୍ତ ଗୁରୁଜୀ ଗୁରୁମା ଏକତ୍ରିତ ହୋଇ ଧାରଣା ଦେଇଛନ୍ତି। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କ ବଦଳି ଦାବିରେ ୬୦ରୁ ଉର୍ଦ୍ଧ୍ଵ ଗୁରୁଜୀ ଗୁରୁମା ଧାରଣା ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନ ଆଚାର୍ଯ୍ୟ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଅଶୋଭନୀୟ କଥା କହୁଛନ୍ତି। ବିୟୁଟି ପାର୍ଲର ଯାଇ ବେଶ ହୋଇ ଆସିବାକୁ କହୁଛନ୍ତି। ଏହି ବିଷୟରେ ପୂର୍ବରୁ ଶିକ୍ଷା ବିକାଶ ସମିତି ସହ ସଙ୍କୁଳରେ ଅଭିଯୋଗ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ହେଉନି। ତେଣୁ ଆଜି ଗୁରୁଜୀ ଗୁରୁମାମାନେ ଧାରଣା ଦେଇଛନ୍ତି। ସ୍କୁଲ କମିଟି ସଦସ୍ୟ ପହଞ୍ଚି ବୁଝାସୁଝା କଲେ ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି। ଅନ୍ୟପଟେ ଗୋଟେ ମାସ ମଧ୍ୟରେ ତଦନ୍ତ କରି ସମାଧାନ କରାଯିବ ବୋଲି ସ୍କୁଲ କମିଟି ସମ୍ପାଦକ କହିଛନ୍ତି। ଅଭିଯୋଗର ସତ୍ୟତା ଥିଲେ ପ୍ରଧାନ ଆଚାର୍ଯ୍ୟ ହୁଅନ୍ତୁ କିମ୍ବା ଗୁରୁମା ଓ ଗୁରୁଜୀ ତାଙ୍କ ବଦଳି ପାଇଁ ଶିକ୍ଷା ବିକାଶ ସମିତିକୁ ସୁପାରିଶ କରାଯିବ ବୋଲି କହିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.