ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବେଆଇନ କାଠ ମିଲ୍‌ରେ ଚଢାଉ, ୪ ଅଟକ

Published By : Rasmita Pradhan | February 27, 2025 12:17 PM

ଭୁବନେଶ୍ଵର, ୨୭/୦୨ : ବେଆଇନ କାଠ ମିଲ୍‌ରେ ବନ ବିଭାଗ ଏବଂ ପୋଲିସର ମିଳିତ ଚଢାଉ। ଭଦ୍ରକ ପୁରୁଣା ବଜାର ଥାନା ଅଧିନ ହଳଦୀଡିହ ଛକ ନିକଟରେ ଥିବା ଏକ ବେଆଇନ କାଠ ମିଲ୍‌ରେ ଚଢାଉ ହୋଇଛି। କାଠ ମିଲ୍‌ର ବିଭିନ୍ନ ଯନ୍ତ୍ରାଂଶ ଜବତ କରିବା ସହ ପୋଲିସ ୪ ଜଣଙ୍କୁ ଅଟକ ରଖିଛି।

ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ସିଟି ଡିଏସପି ସମ୍ବିତ ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଓ ବନବିଭାଗ ଅଧିକାରୀଙ୍କ ଟିମ୍ ହଳଦୀଡିହ ଛକ ନିକଟରେ ଚାଲିଥିବା ଏକ ବେଆଇନ କାଠ ମିଲ୍‌ରେ ମିଳିତ ଭାବେ ଚଢାଉ କରିଥିଲେ। ବିନା କୌଣସି ଲାଇସେନ୍ସ ଏବଂ କାଗଜପତ୍ରରେ ଉକ୍ତ ମିଲ୍ ଚାଲୁଥିବା ଚଢାଉ ବେଳେ ଜଣାପଡ଼ିଥିଲା। ଏହାପରେ ପୋଲିସ ପ୍ରାୟ ୩ ଲକ୍ଷରୁ ଅଧିକ ମୂଲ୍ୟର ଯନ୍ତ୍ରାଂଶ ସହ ଏକ ଲିମ୍ବ କାଠ ଭର୍ତ୍ତି ଗାଡି ଜବତ କରିଥିଲା। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉକ୍ତ ମିଲ୍‌ର ମାଲିକ କିଏ ଜଣାପଡ଼ି ନାହିଁ। ତହସିଲଦାରଙ୍କ ସହାୟତାରେ ସେହି ସ୍ଥାନର ସୀମା ନିର୍ଦ୍ଧାରଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ଅଧିକାରୀ ପିତାମ୍ଵର ନାୟକ ସୂଚନା ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ରାସ୍ତାକଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.