PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଟିକେଟ ପାଇବା ସତ୍ତ୍ୱେ ପଦ୍ମ ହାତ ଛାଡି ଶଙ୍ଖ ଧରିଲେ ଭାଗୀରଥି

ଭୁବନେଶ୍ୱର ୨୯/୩: ବିଜେଡିରେ ମିଶିଲେ ଭାଗୀରଥୀ ସେଠୀ । ଶୁକ୍ରବାର ନବୀନ ନିବାସରେ ଦଳ ସୁପ୍ରିମୋଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି ଭାଗୀରଥୀ ସେଠୀ । ବିଜେପି ଛାଡି ସେ ଆଜି ବିଜେଡିରେ ଯୋଗଦେଇଛନ୍ତି  । କହିରଖୁଛୁ ଭାଗୀରଥି ଆନନ୍ଦପୁରରୁ ଲଢିବା ପାଇଁ ବିଜେପିରୁ ଟିକେଟ ପାଇଥିଲେ ।

୨୦୦୯ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ୍ ପାଇ ନିର୍ବାଚନ ଲଢି ଜିତିଥିଲେ ଭାଗୀରଥି ସେଠୀ । ତେବେ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କୁ ବାଦ୍ ଦେଇ ବିଜେଡି ମାୟାଧର ଜେନାଙ୍କୁ ଟିକେଟ୍ ଦେଇଥିଲା । ଫଳରେ ସେ ଅସନ୍ତୁଷ୍ଟ ଥିଲେ । ତେଣୁ ଭାଗୀରଥି ୨୦୧୪ରେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ମାତ୍ର ଚଳିତ ନିର୍ବାଚନରେ ଆନନ୍ଦପୁରରୁ ନିର୍ବାଚନ ଲଢିବା ପାଇଁ ତାଙ୍କୁ ବିଜେପି ଦଳରୁ ଟିକେଟ୍ ମିଳିଥିଲେ ମଧ୍ୟ ସେ ବିଜେଡିକୁ ପୁର୍ନବାର ଫେରିଛନ୍ତି । ଆଜି ବିଧିବଦ୍ଧ ଭାବେ ସେ ନବୀନ ନିବାସରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ତେବେ ସେ ବିଜେଡିରୁ ଟିକେଟ ପାଇ ଆନନ୍ଦପୁରରୁ ଲଢିବେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର