ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା...

ବାଲେଶ୍ୱର ସିଟି,୦୫/୦୬: ‘ନୋସି ବିଜନେସ୍‌ ପାର୍କ’ ପରିସରରେ ରବିବାର ସକାଳେ ଥିଲା ଶୋକାକୁଳ ପରିବେଶ । କିଏ ନିଖୋଜ ଥିବା ଆପଣାର ଲୋକଙ୍କୁ ଖୋଜୁଥା’ନ୍ତି ତ ଆଉ କିଏ ଚିହ୍ନଟ ପରେ ମୃତଦେହ ଘରକୁ ନେବାକୁ ସରକାରୀ ପ୍ରକ୍ରିୟା ଶେଷ କରୁଥା’ନ୍ତି । ତେବେ ଏହାରି ଭିତରେ ମୃତଦେହକୁ ନେଇ କୂଟ କପଟିଙ୍କ ସାଂଘାତିକ ଖେଳ ମଣିଷ ପଣିଆକୁ ଧିକ୍କାର କରିଛି ।

କଟକ ଜିଲ୍ଲା ବଡ଼ମ୍ବା ଥାନା ଅଧୀନ ମାଣିଆବନ୍ଧ ଅଞ୍ଚଳର ଗୀତାଞ୍ଜଳି ଦତ୍ତ । ୧୦ ଲକ୍ଷର ସରକାରୀ ସହାୟତା ରାଶି ଲୁଟିବାକୁ ମିଛ ବାହାନା କରୁଥିଲେ । ଜୀବିତ ସ୍ୱାମୀ ବିଜୟ ଦତ୍ତ (ମିଛ ନାମ)ଙ୍କୁ ମୃତ ଦର୍ଶାଇଥିଲେ । ତେବେ ଯୋଜନା ଫେଲ୍‌ ମାରିବା ପରେ ପୁଲିସ ହାତରେ ଧରା ପଡ଼ିଥିଲେ । ମହିଳା ଜଣଙ୍କ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ନିଜ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲେ । କୋହଭରା ସ୍ୱରରେ ବିଳାପ ସହ ଭରପୂର ଭାବପ୍ରବଣତା ଦେଖାଇଥିଲେ । ବିଶ୍ୱାସ ଜନ୍ମାଇବାକୁ ସାଙ୍ଗରେ ବାଲେଶ୍ୱର ନୋସି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଆଣିଥିଲେ । ଖେଳ ଏତିକିରେ ସରି ନଥିଲା । କପଟିନୀ ଜଣଙ୍କ ମୃତକଙ୍କ ଫଟୋ ମଧ୍ୟରୁ ଗୋଟିଏକୁ ନିଜ ସ୍ୱାମୀଙ୍କର ବୋଲି ଦାବି କରିଥିଲେ । ମିଛ ଆଧାରକାର୍ଡ଼ ଜେରେକ୍ସ କପି ବି ଦେଖାଇଥିଲେ ।

wp:embed {"url":"https://www.prameya.com/bahana-train-tragedy-after-call-not-received-story/","type":"wp-embed","providerNameSlug":"prameya"}
https://www.prameya.com/bahana-train-tragedy-after-call-not-received-story/
/wp:embed

ହେଲେ ପୁଲିସ ଅଧିକାରୀଙ୍କ ଆଗରେ ସବୁ ଚାଲବାଜି ଧରା ପଡ଼ିଯାଇଥିଲା । ଆଧାରକାର୍ଡ଼ କପିରେ ସ୍ୱାମୀଙ୍କର ୪୦ ବର୍ଷ ଥିବା ବେଳେ ସମ୍ପୃକ୍ତ ମହିଳାଙ୍କର ୬୨ ବର୍ଷ ଲେଖାଥିଲା । ଯାହାକୁ ନେଇ ପୁଲିସ ଅଧିକାରୀ ବଡ଼ମ୍ବା ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ତେବେ ମହିଳାଙ୍କ ସ୍ୱାମୀ ଜୀବିତ ଥିବା ସୂଚନା ଦେବା ସହ ବଡ଼ମ୍ବା ଥାନା ଅଧିକାରୀ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ସେୟାର କରିଥିଲେ । ପୁନଶ୍ଚ ମହିଳାଙ୍କ ସ୍ୱାମୀଙ୍କ ମୋବାଇଲ ନମ୍ବର ନିଜ ପାଖରେ ନଥିବା ମଧ୍ୟ କହିଥିଲେ । ଫଳରେ ପୁଲିସ ତାଙ୍କୁ ଗିରଫ କରିବାକୁ ଯୋଜନା କରିଥିଲେ । ତେବେ ବରିଷ୍ଠ ଅଧିକାରୀଙ୍କ ପରାମର୍ଶ ଅନୁସାରେ ବର୍ତ୍ତମାନର ପରିସ୍ଥିତିକୁ ଆଖି ଆଗରେ ରଖି ମହିଳାଙ୍କୁ ପୁଲିସ ଛାଡ଼ି ଦେଇଥିଲା । ଆଉ ଆଖି ପିଛୁଳାକେ ସମ୍ପୃକ୍ତ ମହିଳା ଓ ସ୍ଥାନୀୟ ସହଯୋଗୀ ନୋସି ପରିସରରୁ ଚମ୍ପଟ ମାରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.