ବଲିଉଡର ସୁପରହିରୋ ହେବା ପାଇଁ ମନା କଲେ ସଲମାନ ଖାନ୍, ନିଜ ବୟସକୁ ନେଇ କାହିଁକି ଏମିତି କହିଲେ

ମୁମ୍ବାଇ : ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ୍ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ବହୁତ ବ୍ୟସ୍ତ ଥିବା ଭଳି ଲାଗୁଛନ୍ତି। ଫିଲ୍ମକୁ କିପରି ସଫଳ କରିବେ ସେ ନେଇ ଚେଷ୍ଟା ବି ଚଳାଇଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ଫିଲ୍ମର ଟିଜର ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଭରି ଯାଇଥିବା ଦେଖା ଯାଇଛି । ତେବେ ଭାରତ ରିଲିଜ୍ ହେବା ପୂର୍ବରୁ ସଲମାନଙ୍କୁ ଆଉ ଏକ ଫିଲ୍ମର ଅଫର ମିଳିଥିବା ଜଣାପଡ଼ିଛି । କିନ୍ତୁ ସେ ଅଜବ କାରଣ ଦେଇ ଫିଲ୍ମ କରିବାକୁ ମନା କରି ଦେଇଛନ୍ତି ।

ସୂଚନା ମୁତାବକ, ନିର୍ଦ୍ଦେଶକ ରୋହିତ୍ ଧଓ୍ଵନ ନିଜର ଫିଲ୍ମ ‘ସୁପରହିରୋ’ ନାମକ ଏକ ଫିଲ୍ମ ନିର୍ମାଣ କରିବା ପାଇଁ ଯୋଜନା କରୁଥିବା ବେଳେ ଏ ନେଇ ସେ ହିରୋ ଖୋଜିବା ଆରମ୍ଭ କରିଛନ୍ତି । ପ୍ରଥମେ ସେ ରିତ୍ବିକ୍ ରୋଶନଙ୍କୁ ଫିଲ୍ମ ପାଇଁ ଅଫର ଦେଇଥିବା ବେଳେ ସେ ମନା କରି ଦେଇଥିଲେ । ଏବେ ସଲମାନ ମଧ୍ୟ ଫିଲ୍ମ କରିବା ପାଇଁ ମନା କରି ଦେବା ସହ ସୁପରହିରୋ ହେବା ପାଇଁ ମୋର ବୟସ ନାହିଁ ବୋଲି କହିଛନ୍ତି ସଲମାନ । ସଲମାନଙ୍କ ଏଭଳି ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।