କୋକସରାରେ କଂଗ୍ରେସର ଭାରତ ଯୋଡୋ ପଦଯାତ୍ରା

କୋକସରା(ଆପ୍ର)୨୫/୦୧ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଙ୍କ ନେତୃତ୍ବରେ ଭାରତ ଯୋଡୋ ପଦଯାତ୍ରା ବୁଧବାର କୋକସରା ବ୍ଲକ ମୋଟେରରୁ ଆରମ୍ଭ ହୋଇଥିଲା। କୋକସରା ବ୍ଲକ ର ମୋଟେର, ଚିଲିଗୁଡା, କୋକସରା, କାଉଡୋଳା ଓ ଆମପାଣି ଠାରେ ଶରତ ପଟ୍ଟନାୟକ ଙ୍କୁ କଂଗ୍ରେସ ର କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଭାରତ ଯୋଡୋ ପଦଯାତ୍ରା ରେ କଂଗ୍ରେସ ର ନେତୃବୃନ୍ଦ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳତା କୁ ନେଇ ଓଡିଶା ର ଜନସାଧାରଣ ଙ୍କୁ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାରତ ଭୂଷଣ ବେମାଲ, ପିସିସି ସଭ୍ୟ ରବୀନ୍ଦ୍ର କୁମାର ପାଟ୍ଟଯୋଶୀ, ଦିଗାମ୍ବର ଦୁରିଆ, ପୁରୁଷୋତ୍ତମ ଗୁପ୍ତା କୋକସରା ବ୍ଲକ ସଭାପତି ଘନଶ୍ୟାମ ଜାଲ, ବରିଷ୍ଠ କଂଗ୍ରେସ ନେତା ଅଶୋକ ଅଗ୍ରୱାଲ, ନିମାଇଁ ଧ. ମାଝୀ,କାର୍ଯ୍ୟକାରୀ ସଭାପତି କେଶବ ଚନ୍ଦ୍ର ନାଏକ, ଜିଲ୍ଲା ଓବିସି ସେଲ ସଭାପତି ଲିଙ୍ଗରାଜ ବେହେରା, ମୋଟେର ଜୋନ ସଭାପତି ଯତୀନ୍ଦ୍ର ଦଳାଇ,ପୂର୍ବତନ ସଭାପତି ରାଜେନ୍ଦ୍ର ନାଏକ, ଯୁବନେତା ତ୍ରିଭୁବନ ନାଏକ, ଜିଲ୍ଲା ଆଦିବାସୀ ନେତା ପରମାନନ୍ଦ ମାଝୀ,ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ପାଢ଼ୀ, ବ୍ଲକ ଉପ ସଭାପତି ହରେକୃଷ୍ଣ ନାଏକ,ମହେନ୍ଦ୍ର ଧରୁଆ,ଧର୍ମଗଡ ନିର୍ବାଚନ ମଣ୍ଡଳୀ ଯୁବମୋର୍ଚା ସଭାପତି ଡାକେଶ୍ୱର ଲହଜଳ, ବେଣୁପାଣି ଦୁର୍ଗା, ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ, ଟିକିଚନ୍ଦ୍ର ଧ.ମାଝୀ,ନବୀନ କୁମାର ନାଏକ ନାରିନେତ୍ରୀ ତପସ୍ୱିନୀ ପ୍ରଧାନୀ,ଫୁଲତୋଳା ଖମାରି ଶତାଧିକ କଂଗ୍ରେସ କର୍ମକର୍ତ୍ତା ପଦଯାତ୍ରା ରେ ଉପସ୍ଥିତ ଥିଲେ। ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଓ ଭାରତ ଯୋଡୋ ପଦଯାତ୍ରା କୁ କଳାହାଣ୍ଡି ର ଶେଷ ସୀମା ଆମପାଣି ରୁ ନବରଙ୍ଗପୁର ଅଭିମୁଖେ ବିଦାୟ ଦେଇଥିଲେ।