PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଜି ସରିବ ଭାରତ ଯୋଡ଼ୋ ଯାତ୍ରା, ସମାପନ ଉତ୍ସବରେ ଯୋଗଦେବେ ୧୨ ବିରୋଧୀ ଦଳ

ଶ୍ରୀନଗର,୩୦/୦୧: ସୋମବାର କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶେଷ ହେବ । ଯାତ୍ରାର ଏହି ସମାପନ ଉତ୍ସବରେ ୧୨ ବିରୋଧୀ ଦଳ ଯୋଗଦେବେ । କାର୍ଯ୍ୟକ୍ରମକୁ ୨୧ ଦଳଙ୍କୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ କିଛି ଦଳ ସାମିଲ ହେବାକୁ ମନାକରିଥିଲେ । ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଟିଡିପି ଭଳି କିଛି ଦଳ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ । କିନ୍ତୁ ଡିଏମ୍‌କେ, ଏନ୍‌ସିପି, ଆର୍‌ଜେଡି, ସିପିଆଇ (ଏମ୍‌), ସିପିଆଇ, ପିଡିପି, ଜେଏମ୍‌ଏମ୍‌ ଭଳି ଦଳର ନେତା ଯୋଗଦେବେ । ବର୍ତ୍ତମାନ ଯାତ୍ରା ଜମ୍ମୁ-କାଶ୍ମୀରରେ ଚାଲିଛି ।

ରବିବାର ଜମ୍ମୁ-କାଶ୍ମୀରସ୍ଥିତ ଶ୍ରୀନଗର ଅନ୍ତର୍ଗତ ଲାଲ୍‌ଚୌକ୍‌ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସୁରକ୍ଷା କର୍ମୀଙ୍କ ଗାଡ଼ିରେ ସେ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କ ସହ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ । ଲାଲ୍‌ଚୌକ୍‌ରେ ତ୍ରିରଙ୍ଗା ଉଡ଼ିବା ବେଳେ ବହୁ ସଂଖ୍ୟାରେ ପୁଲିସ କର୍ମୀ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ । ତେବେ ଜାତୀୟ ପତାକାଠାରୁ ରାହୁଲଙ୍କ ଫଟୋଚିତ୍ର ଅଧିକ ଉଚ୍ଚ ଥିବାକୁ ନେଇ ସୋସିଆଲ୍‌ ମିଡିଆରେ କ୍ଷୋଭପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ରାହୁଲଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ନେତା ଜୟରାମ ରମେଶ, ଓମାର ଅବଦୁଲ୍ଲା, ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତି ସାମିଲ ହୋଇଥିଲେ । ମୁଫ୍‌ତିଙ୍କ ସହ ତାଙ୍କ ଝିଅ ଇଲ୍‌ତିଜା ମୁଫ୍‌ତିଙ୍କୁ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର