PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଜିଏ କଲୋନିରେ ପଶିଲା ଦନ୍ତା ହାତୀ ‘ରାମୁ’, କଦଳୀ ଓ ଅମୃତଭଣ୍ଡା ଖାଇଗଲା

ଭୁବନେଶ୍ୱର,୦୨/୦୭: ଭରତପୁର ଜଙ୍ଗଲରୁ ବାହାରି ଭରତପୁର ଜିଏ ପ୍ଲଟ୍‌ ଅଞ୍ଚଳରେ ପଶିଛି ବିଶାଳକାୟ ଦନ୍ତା ହାତୀ ‘ରାମୁ’ । ଲୋକଙ୍କ ପାଚେରି ଭାଙ୍ଗିବା ସହିତ କଲୋନୀ ଭିତରେ ବୁଲୁଛି । ଫଳରେ ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି । ବନ କର୍ମଚାରୀମାନେ ରାମୁକୁ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ହେଲେ ଅମାନିଆ ରାମୁ ଖାତିର ନକରି ଲୋକଙ୍କ ବାଡ଼ି ବଗିଚାରେ ପଶି କଦଳୀ ଓ ଅମୃତଭଣ୍ଡା ଗଛ ଖାଇବା ସହ ଭଙ୍ଗାରୁଜା ଚଳାଇଛି ।

କିଛିଦିନ ଧରି ଖୋର୍ଦ୍ଧା ଅଞ୍ଚଳକୁ ପଳାଇଥିଲା ରାମୁ । ଗତ ବୁଧବାର ସେ ଖୋର୍ଦ୍ଧାରୁ ଫେରି ଭରତପୁର ଜଙ୍ଗଲରେ ଡେରା ପକାଇଛି । ଆଜି ବିଳମ୍ବିତ ସନ୍ଧ୍ୟା ପ୍ରାୟ ୮ଟାବେଳେ ରାମୁ ଭରତପୁର ଜଙ୍ଗଲରୁ ମାଳୀମା’ ଠାକୁରା ଣୀଙ୍କ ସମ୍ମୁଖରେ ବାହାରିଥିଲା । ସେଠାରୁ ସେ ରାସ୍ତା ପାରି ହୋଇ ସିଧା ଜିଏ କଲୋନୀ ଭିତରେ ଖାଦ୍ୟ ଅନ୍ୱେଷଣରେ ପଶିଥିଲା ।

ସୂଚନା ଥାଉକି, ଭରତପୁର ଜଙ୍ଗଲରେ ଦୀର୍ଘ ବର୍ଷ ଧରି ରହୁଥିବା ରାମୁ ନିକଟସ୍ଥ ଅନ୍ଧାରୁଆ, ଦାସପୁର, ଭରତପୁର ଜିଏ ପ୍ଲଟ, ମଳିପଡ଼ା ଅଞ୍ଚଳରେ ବୁଲେ । କାଳକ୍ରମେ ହାତୀ କରିଡରଟି ଜନବସତି ହୋଇଯାଇଥିବାରୁ ବନକର୍ମଚାରୀମାନେ ତାକୁ ଜଙ୍ଗଲ ଭିତରକୁ ଫେରାଇ ଆଣିବାକୁ ନୟାନ୍ତ ହୁଅନ୍ତି । ମଝିରେ ମଝିରେ ୨/୩ ମାସ ପାଇଁ ଖୋର୍ଦ୍ଧା ଅଞ୍ଚଳକୁ ପଳାଉଛି । ପୁଣି ଫେରି ଜନବସତିରେ ପଶିଯାଉଛି । ୨ ବର୍ଷ ତଳେ ରାମୁ ଅନ୍ଧାରୁଆରେ ଅଞ୍ଚଳରେ ପଶିଥିବା ବେଳେ ସିଟି ରେଞ୍ଜ କର୍ମଚାରୀମାନେ ତାକୁ ଜଙ୍ଗଲକୁ ଘଉଡ଼ାଇବାକୁ ଯାଇଥିଲେ । ହେଲେ ସେଠାରେ ବନ କର୍ମଚାରୀଙ୍କୁ ଅନ୍ଧାରୁଆ ଲୋକେ ପ୍ରାଣାନ୍ତକ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ୨ ଜଣ ବନ କର୍ମଚାରୀ ଗୁରୁତର ହୋଇ ପଡ଼ିଥିଲେ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ତେଣୁ ଆକ୍ରମଣ ଭୟରେ ବନ କର୍ମଚାରୀମାନେ ରାମୁକୁ ଘଉଡ଼ାଇବା ପାଇଁ ଇଛା ପ୍ରକାଶ କରୁନାହାନ୍ତି ।