PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଏମସିଏଲ୍ ଭରତପୁର କୋଇଲା ଖଣିରେ ଅଘଟଣ, ୫୦ ଫୁଟର ମାଟି ଅତଡା ତଳେ ପୋତି ହୋଇଗଲେ ୩୦ ଜଣ

ଅନୁଗୁଳ ୨୪/୭: ତାଳଚେର ଠାରେ ଥିବା ଭରତପୁର ପୋଖରିଆ କୋଇଲା ଖଣିରେ ଦୁର୍ଘଟଣା । ମାଟି ଅତଡା ଖସି ୯ ଜଣ ଆହତ ହୋଇଛନ୍ତି । ତେବେ ୪ ଜଣଙ୍କ ମୃତ୍ୟ ଆଶଙ୍କା କରାଯାଉଛି । ଆହତଙ୍କୁ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଅନ୍ୟପଟେ ୪ ଜଣ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଡ୍ରାଇଭର, ଜଣେ ପମ୍ପ ଖଲାସୀ, ଜଣେ ସୁପରଭାଇଜର ଏବଂ ଜଣେ ସିକ୍ୟୁରିଟି ଗାର୍ଡ଼ ଅଛନ୍ତି ।

ଏମାନେ ନାଇଟ ସିଫ୍ଟ  କରୁଥିଲା ବେଳେ ହଠାତ ସମୁଦ୍ର ଲହଡୀ ଭଲି ୫୦ ଫୁଟ ଉଚ୍ଚର ମାଟି ଅତଡା ଖସିଲା । କିଛି ବୁଝିଲା ପୂର୍ବରୁ ମାଟି ଭିତରେ ଦବି ହୋଇ ରହିଗଲେ ପ୍ରାୟ ୩୦ ଜଣ । ଖବର ପାଇ ସ୍ଥାନୀୟ ଲୋକେ ପେଟ୍ରୋମ୍ୟାକ୍ସ ଲଗାଇ  ଏମାନଙ୍କୁ ଉଦ୍ଧାର କଲେ । ତେବେ ରାତି ସାରା କିଛି ଲୋକ ଫସି ରହିଲେ। ସେମାନଙ୍କୁ ସକାଳେ ମାଇନ୍ସ ରେସ୍କ୍ୟୁ ଟିମ ଉଧାର କରି ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ତେବେ ଏ ଘଟଣା ପାଇଁ ଏମସିଏଲ୍ କର୍ତ୍ତ୍ୟୁପକ୍ଷକୁ ଦାୟୀ କରାଯାଉଛି ।  କାରଣ ଶ୍ରମିକ ମାନଙ୍କର ସୁରକ୍ଷା କଥା ଚିନ୍ତା ନକରି ସେମାନେ କେବଳ ପ୍ରଡକ୍ସନ ଅଧିକ କେମିତି ହେବ ଚିନ୍ତା କରୁଛନ୍ତି । ସବୁ ଆଇନକୁ ଉଲ୍ଲଂଘନ କରି କାମ ଚାଲୁଛି। ଏଥିପାଇଁ ଆଜି ଏମିତି ଘଟଣା ଘଟିଛି । ଏଭଳି ଅଭିଯୋଗ ଆଣି ଏହାର ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି ଶ୍ରମିକ ସଙ୍ଗଠନ ।