ନୂଆଦିଲ୍ଲୀ, ୨୨/୦୭ : ଗୋଟିଏ ସୋସାଇଟି ବା ଟ୍ରଷ୍ଟ ଦ୍ୱାରା ଗୋଟିଏ ସହର ପିଛା ଗୋଟିଏ ନର୍ସିଂ କଲେଜ ସ୍ଥାପନ ନିୟମ ନର୍ସିଂ କାଉନସିଲ ଅଫ୍‌ ଇଣ୍ଡିଆରେ ରହିଛି । ତେବେ ଏହାକୁ ନ୍ୟାସନାଲ ନର୍ସିଂ କମିଶନ ଗଠନ ସମୟରେ ସଂଶୋଧନ କରିବା ପାଇଁ କଟକ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାରେ ମଙ୍ଗଳବାର ଦାବି କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଯୋଗ୍ୟତାସମ୍ପନ୍ନ ଅଧିକ ନର୍ସ ଆବଶ୍ୟକ । ହେଲେ ଏବର ନିୟମ ନର୍ସିଂ ଶିକ୍ଷା ସମ୍ପ୍ରସାରଣରେ ଘୋର ପ୍ରତିବନ୍ଧକ ସୃଷ୍ଟିକରୁଛି । କୌଣସି ଟ୍ରଷ୍ଟ କିମ୍ବା ସୋସାଇଟି ଚାହିଁଲେ ମଧ୍ୟ ଗୋଟିଏ ସହରରେ ଏକାଧିକ ନର୍ସିଂ କଲେଜ ସ୍ଥାପନ କରିପାରୁ ନାହାନ୍ତି । ଗୋଟିଏ ଟ୍ରଷ୍ଟ ବା ସୋସାଇଟି ଗୋଟିଏ ସହରରେ ଏକାଧିକ ନର୍ସିଂ କଲେଜ ସ୍ଥାପନ କରିପାରିଲେ ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆସିବ । ନର୍ସଙ୍କ ସଂଖ୍ୟା ବଢିବ ଏବଂ ସେମାନଙ୍କ ପ୍ରଶିକ୍ଷଣ ପାଇଁ ଆବଶ୍ୟକ ସୁଯୋଗ ମଧ୍ୟ ସୃଷ୍ଟିହୋଇପାରିବ । ଏହାକୁ ବିଚାର କରି ଅତିଶୀଘ୍ର ପଦକ୍ଷେପ ନେବା ଲାଗି ସେ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି । ସୂଚନାଯୋଗ୍ୟଯେ, ଇଣ୍ଡିଆନ ନର୍ସିଂ କାଉନସିଲ ସ୍ଥାନରେ ନାସନାଲ ନର୍ସିଂ କମିଶନ ଗଠନ ପାଇଁ ସଂସଦରେ ଅଇନ ପ୍ରଣୟନ ହୋଇସାରିଛି । 

ଆହୁରି ପଢନ୍ତୁ- ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ଶାସକ ବିରୋଧୀ ମୁହାଁମୁହିଁ, ସରକାରଙ୍କୁ ଘେରିଲା ବିଜେଡି

ଗ୍ଳୋବାଲ ଓ୍ବାର୍ମିଂ ଯୋଗୁ ବଢ଼ିବାରେ ଲାଗିଛି ସମୁଦ୍ରର ଜଳସ୍ଥର| ୨୦୫୦ ବେଳକୁ ସ୍ଥିତି ହେବ ଭୟଙ୍କର​​​​​​​