PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଘରକୁ ବୁଲିବାକୁ ଆସି ଭାଉଜଙ୍କୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦିଅର, ବାନ୍ଧିଲା ପୋଲିସ

ରାଉରକେଲା,୧୨/୦୮: ଭାଇ ଘରକୁ ବୁଲି ଆସିଥିବା ବେଳେ ଭାଉଜଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିବା ଅଭିଯୋଗରେ ସେକ୍ଟର-୩ ଥାନା ପୁଲିସ୍‌ ସମ୍ପର୍କୀୟ ଦିଅର ଜଗନ୍ନାଥ ଭରାସାଗର ଓରଫ ରୋହିତଙ୍କୁ ତରଭା ଥାନା ଅଞ୍ଚଳରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ରୋହିତଙ୍କ ବିରୋଧରେ ମାମଲା ରୁଜୁ କରି ଗୁରୁବାର କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁସାରେ, ସେକ୍ଟର-୩ ଥାନା ଅଞ୍ଚଳରେ ରହୁଥିବା ପୀଡ଼ିତାଙ୍କ ସମ୍ପର୍କୀୟ ଦିଅର ମାର୍ଚ୍ଚ ୨୦ ତାରିଖ ଦିନ କୌଣସି କାର୍ଯ୍ୟରେ ତାଙ୍କ ଘରକୁ ଆସିଥିଲେ । ମାତ୍ର ସମ୍ପର୍କୀୟ ଭାଇ ନିଜ ଅଫିସ୍‌ କାର୍ଯ୍ୟରେ ଏପ୍ରିଲ ୧୮ ତାରିଖରୁ ସହର ବାହାରକୁ ଯାଇଥିବା ବେଳେ ଘରେ ସମ୍ପର୍କୀୟ ଭାଉଜ ଏକୁଟିଆ ରହୁଥିଲେ । ଏହାର ସୁଯୋଗ ନେଇ ରୋହିତ ସମ୍ପର୍କୀୟ ଭାଉଜଙ୍କୁ ଦୁଷ୍କର୍ମ କରିଥିଲେ । ଏ ସମ୍ପର୍କରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଜଣାଇ ଦେବାକୁ କହିବାରୁ ରୋହିତ ତାଙ୍କୁ ଓ ତାଙ୍କ ପୁଅକୁ ଜୀବନରୁ ମାରି ଦେବାକୁ ଧମକ୍‌ ଦେଇଥିଲେ । ଏନେଇ ଭାଉଜ ସମ୍ପର୍କୀୟ ଦିଅର ବିରୋଧରେ ସେକ୍ଟର-୩ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍‌ ଏନେଇ ତଦନ୍ତ ଚଳାଇଥିବା ବେଳେ ଆଜି ରୋହିତ ଗିରଫ ଭୟରେ ଫେରାର ହୋଇଯାଇଥିଲେ । ମାତ୍ର ପୁଲିସ୍‌ ରୋହିତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।