ଭବାନୀପାଟଣା ମେଡିକାଲ କଲେଜ ନାମକରଣ ପାଇଁ ୫ ଜଣିଆ କମିଟି, ତିନି ଦିନରେ ରିପୋର୍ଟ ଦେବେ

ଭୁବନେଶ୍ୱର,୨୭/୦୫: କଳାହାଣ୍ଡି ଭବାନୀପାଟଣା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ନାମକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ୫ ଜଣିଆ କମିଟି ଗଠନ ହୋଇଛି । କମିଟି ତିନି ଦିନ ଭିତରେ ନାମକରଣ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଏହି କମିଟିରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ ସଚିବ ଅଧ୍ୟକ୍ଷ ରହିଥିବା ବେଳେ, ଅତିରିକ୍ତ ସଚିବ, ଡିଏମ୍ଇଟି, ଅତିରିକ୍ତ ଡିଏମ୍ଇଟି ଓ ସ୍ୱାସ୍ଥ୍ୟ ବିଭାଗ ପିଆରଓ ଏହାର ସଭ୍ୟ ଅଛନ୍ତି ।